www.samajalive.in
Saturday, December 6, 2025
17.1 C
Bhubaneswar

ଆଭ୍ୟନ୍ତରୀଣ ଓଡ଼ିଶାରେ ଜୁନ୍‌ ୧୧ ଯାଏଁ ଜାରି ରହିବ ପ୍ରଚଣ୍ଡ ରୌଦ୍ର ତାପ- ତା’ପରେ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଜୁନ୍‌ ୧୧ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଏବଂ ଉପକୂଳବର୍ତୀ ଅଂଚଳରେ ମଧ୍ୟମ ଧରଣର ଗରମ ସହ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ତେବେ ଜୁନ୍‌ ୧୧ ତାରିଖ ପରେ ମୌସୁମୀର ଆଗମନର ସମ୍ଭାବନା ଯୋଗୁଁ ହଠାତ୍‌ ତାପମାତ୍ରା କମିଯାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି ।
ତେବେ ଜୁନ୍‌ ୧୧ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ତାତି ସହ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସରୁ ୪୭ ଡିଗ୍ରୀ ମଧ୍ୟରେ ରହିବାର ଆଶଙ୍କା କରାଯାଉଥିବା ବେଳେ ଉପକୂଳ ଅଂଚଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରହିବାର ସମ୍ଭାବନା ଥିବା ସିଇସି ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ।

ଜୁନ ୧୦ ତାରିଖ ବେଳକୁ ଆରବସାଗରରେ ପଶ୍ଚିମା ବାୟୁ ଶକ୍ତିଶାଳୀ ହେବା ସହ ଏହା ଉତ୍ତର ମୁହାଁ ହୋଇ ଜୁନ୍‌ ୧୨ ତାରିଖ ସୁଦ୍ଧା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡିକରେ ଦେଖାଯିବ । ତେବେ ଦୁର୍ବଳ ମୌସୁମୀ ଯୋଗୁଁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

- Advertisement -

ତେବେ ଜୁନ୍‌ ୮ ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୈସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଅଧିକ ବର୍ଷା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି ହେବାର ସୂଚନା ନ ଥିବାରୁ ମୈସୁମୀ ମଧ୍ୟ ସେତେଟା ପ୍ରଭାବ ହେବ ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories