www.samajalive.in
Saturday, December 6, 2025
17.1 C
Bhubaneswar

ଅବକାରୀ ବିଭାଗର ଚଢ଼ାଉ: ବିପୁଳ ପରିମାଣର ପୋଚ ନଷ୍ଟ, ଚୋରା ମଦ ସହ ୭ ଗିରଫ

ପାଟଣା: କେନ୍ଦୁଝର ଜିଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶକ୍ରମେ ଆଜି ଅବକାରୀ ଇନ୍ସପେକ୍ଟର ବେଣୁଧର ସାମଲଙ୍କ ନେତୃତ୍ବରେ ପାଟଣା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୦୯ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି। ଏହା ସହ ଚୋରା ମଦ ଭାଟି ଭାଙ୍ଗି ୧୨୦୦ କେଜି ମହୁଲ ପୋଚ ଓ ୨୫୦ କେଜି ମହୁଲ ଫୁଲ ନଷ୍ଟ ହୋଇଯାଇଛି । ଏଥି ସହ ମଦଭାଟି ଭାଙ୍ଗି ମଦରନ୍ଧା ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ୮ଟି ମାମଲା ରୁଜୁ ହୋଇଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ଖିରେଇଟାଙ୍ଗିରି ଗ୍ରାମର ସୁଶିଳା ପାତ୍ର, କିଆପଡା ଗ୍ରାମର ହୃଦାନନ୍ଦ ଦାସ, ରାଜନଗର ଗ୍ରାମର ଭଜୁ ମୁଣ୍ଡା, କୁମୁଳାବାହାଳି ଗ୍ରାମର ଜଗବନ୍ଧୁ ବେଣ୍ଟକାର, ଦୈତାରୀ ପାତ୍ର, ଗୋବିନ୍ଦ ମାଝୀ ଓ ଜିତୁ ମାଝୀ ବୋଲି ଜଣାପଡିଛି। ଏହି ଚଢ଼ାଉରେ କେନ୍ଦୁଝର , ଘଟଗାଁ ଓ ପାଟଣା ଅବକାରୀ ବିଭାଗ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories