www.samajalive.in
Sunday, December 7, 2025
26.1 C
Bhubaneswar

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରଲର ଚକା ତଳେ ଚାପି ହୋଇ ମହିଳା ମୃତ

ଠାକୁରମୁଣ୍ଡା  : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ସିଙ୍ଗଡା ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସିଙ୍ଗିଡାର ସାପ୍ତାହିକ ହାଟ ଥିବାବେଳେ ହାଟ ନିକଟରେ ଜୈନେକ ମହିଳାଙ୍କୁ ଏକ ଟ୍ରଲର ଚାପି ଦେଇଥିଲା । ମହିଳା ଜଣକ ଘର କୁଦର୍ ସାହି ର ଚିପିରି ହେମ୍ବ୍ରମ (୫୫)  ଜଣାପଡିଛି । ଫଳରେ ମହିଳା ଜଣଙ୍କ ଟ୍ରଲର ଚକା ତଳେ ଚାପି ହୋଇ ଥିବା ବେଳେ ଘଟଣା ସ୍ଥଳରେ ଚାପା ଉତେଜନା ଦେଖାଯାଇଛି।  ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ୪୯ ନମ୍ବର ଜାତୀୟ ରାଜପଥ  ଅବରୋଧ କରିଛନ୍ତି । ତେବେ ଘଟଣା ସ୍ଥଳରେ ରରୁଆଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭକରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନି । ଅନ୍ୟପଟେ ଘଟଣା ସ୍ଥଳରେ କରଂଜିଆ ଉପଖଣ୍ଡ ପୁଲିସ ଅଧିକାରୀ ମଧ୍ୟ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories