ସେକ୍ସ ରାକେଟରୁ ଧରାପଡିଥିବା ଯୁବତୀଙ୍କୁ ଦେଶ ଛାଡିବାକୁ ନିଦେର୍ଶ
ଭୁବନେଶ୍ୱର: ଏକ ସେକ୍ସ ରାକେଟରୁ ଧରାପଡିଥିବା ଯୁବତୀଙ୍କୁ ଦେଶ ଛାଡିବାକୁ ନିଦେର୍ଶ ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ କମିଶନରେଟ ପୁଲିସ ପକ୍ଷରୁ ଏହି ନିର୍ଦେଶ ମିଳିଛି । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ସ୍ଥାନ ବାପୁଜୀନଗରରୁ ଗତ ୧୯ତାରିଖରେ ବଡ ଧରଣର ସେକ୍ସ ରାକେଟ୍କୁ ଠାବ ହୋଇଥିଲା । ଚଢଉ ବେଳେ ପୁଲିସ ୮ ଜଣ ଥାଇଲାଣ୍ଡ ଯୁବତୀଙ୍କ ସହ ୭ ଜଣ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ଟୁରିଷ୍ଟ ଭିସାର ଅପବ୍ୟବହାର ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।