www.samajalive.in
Sunday, December 14, 2025
17.1 C
Bhubaneswar

ଚତୁର୍ଥ ଟେଷ୍ଟ ; ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ

ସାଉଥହାମ୍ପଟନ୍‍ :  ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଟସ୍‍ ଜିତି ଇଂଲଣ୍ଡର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ୨ୟ ଓଭରରେ ଇଂଲଣ୍ଡ ପ୍ରଥମ ୱିକେଟ ହରାଇଥିବା ବେଳେ ୭.୧ ଓଭରରେ ୨ୟ ୱିକେଟର ପତନ ଘଟିଥିଲା। ସେହିପରି ୧୨.୬ ଓଭରରେ ୩ୟ ଏବଂ ୧୭.୧ ଓଭରରେ ୪ର୍ଥ ୱିକେଟର ପତନ ଘଟିଛି । ଯଶପ୍ରୀତ ବୁମରା ୨ଟି ୱିକେଟ ହାସଲ କରିଥିବା ବେଳେ  ଈଶାନ୍ତ ଶର୍ମା ଗୋଟିଏ ଏବଂ ପାଣ୍ଡ୍ୟା ଗୋଟିଏ  ଲେଖାଁଏ ୱିକେଟ ନେଇଛନ୍ତି।

ସିରିଜ୍‍କୁ ୨-୨ କରିବା ଲକ୍ଷ୍ୟରେ ଭାରତ ୪ର୍ଥ ଟେଷ୍ଟ ଖେଳିବାକୁ ଓହ୍ଲାଇଛି । ତେବେ କ୍ରମାଗତ ୨ଟି ପରାଜୟ ପରେ ଯେପରି ଭାବେ ଲଢ଼ୁଆ ପ୍ରଦର୍ଶନ କରି ୩ୟ ଟେଷ୍ଟରେ ଭାରତ ସହଜ ବିଜୟ ହାସଲ କରିଥିଲା; ତାହା ବିରାଟ କୋହଲି ବାହିନୀକୁ ନିଶ୍ଚୟ ଉତ୍ସାହିତ କରିଛି।  ତେଣୁ ନୂଆ ଉତ୍ସାହ ଓ ଅଧିକ ଆତ୍ମବିଶ୍ୱାସର ସହ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ପୁଣି ଏହି ମ୍ୟାଚ୍‍ ହାରିଲେ ଭାରତ ବିଦେଶରେ କ୍ରମାଗତ ୨ୟ ସିରିଜ୍‍ ହାରିବ। ତେଣୁ ମ୍ୟାଚ୍‍ ଜିତିବା ପାଇଁ ଭାରତ ସବୁପ୍ରକାର ପ୍ରୟାସ କରିବ।
ଏହି ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ଟେଷ୍ଟମ୍ୟାଚ୍‍ ଖେଳା ଯାଇଥିବା ବେଳେ ଇଂଲଣ୍ଡ ଏଥିରେ ୨୬୬ ରନ୍‍ରେ ବିଜୟୀ ହୋଇଥିଲା। ଭାରତ ଚଳିତବର୍ଷ ବିଦେଶରେ ୬ଟି ଟେଷ୍ଟମ୍ୟାଚ୍‍ ଖେଳିଥିବା ବେଳେ ୪ଟିରେ ପରାସ୍ତ ହୋଇ ୨ଟିରେ ବିଜୟଲାଭ କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories