www.samajalive.in
Monday, December 8, 2025
24.1 C
Bhubaneswar

ହଳଦୀ ମିଶ୍ରିତ କ୍ଷୀର : କୌଣସି ମହୌଷଧୀରୁ କମ୍‍ ନୁହେଁ

ହଳଦୀ ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ନିଶ୍ଚିତ୍ତ ଭାବେ ଉପଲବ୍ଧ ହୋଇଥାଏ। ଏହା ବିନା ଖାଦ୍ୟ ରଙ୍ଗହୀନ ସ୍ୱାଦହୀନ ହୋଇଯାଏ। ଏଥିସହିତ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ କ୍ଷୀର ସହିତ ହଳଦୀ ମିଶିବା ପରେ ଏହା ଏକ ମହୌଷଧୀ ପାଲଟିଯାଏ। ଏହାକୁ ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ହଳଦୀରେ ଆଣ୍ଟିସେପ୍ଟିକ୍ ବା ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ । ସେହିଭଳି କ୍ଷୀରରେ କ୍ୟାଲସିୟମର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ତେବେ ଚାଲନ୍ତୁ ଜାଣିବା ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ୱାରା ଆମକୁ କି ଲାଭ ମିଳିଥାଏ –

. ରକ୍ତରେ ଶର୍କରା ପରିମାଣ କମ୍ ହୋଇଥାଏ – କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ହ୍ରାସ ପାଇଥାଏ। ହେଲେ ଅଧିକ ହଳଦୀ ଖାଇବା ଦ୍ୱାରା ରକ୍ତରେ ଶର୍କରାର ନିର୍ଦ୍ଧାରିତ ମାତ୍ରା କମ୍‍ ହେବାର ସମ୍ଭାବନା ମଧ୍ୟ ଥାଏ ।

- Advertisement -

. ଦରଜ ଦୂର କରେ – ହଳଦୀକୁ ଚୂନରେ ମିଶାଇ ଖଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇଲେ ଦରଜ କମ୍ ହୋଇଥାଏ। ସେହିପରି ହଳଦିକୁ କ୍ଷୀରରେ ମିଶାଇ ପିଇଲେ ଶରୀରକୁ ଆରାମ ମିଳିଥାଏ।

.ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ – କ୍ଷୀର ପିଇବା ଦ୍ୱାରା ତ୍ୱଚାର ପ୍ରାକୃତିକ ଚମକ ଆସିଥାଏ । ହଳଦୀକୁ ବେସନ ସହିତ ମିଶାଇ ତ୍ୱଚାରେ ଲଗାଇଲେ ଚମତ୍କାରୀ ଲାଭ ମିଳିଥାଏ।

. ଅନିଦ୍ରା ଦୂର କରେ- ଯଦି ଆପଣଙ୍କୁ ନିଦ୍ରାହୀନତାର ସମସ୍ୟା ଅଛି ଅର୍ଥାତ ରାତିରେ ନିଦ ହେଉନାହିଁ ତେବେ ଏହି କ୍ଷେତ୍ରରେ ହଳଦୀ ମିଶ୍ରିତ କ୍ଷୀର ପିଇବା ଖୁବ୍‍ ଲାଭଦାୟକ ହୋଇଥାଏ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories