www.samajalive.in
Wednesday, December 10, 2025
14.1 C
Bhubaneswar

ଶାବରିମାଳା ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା ନେଇ ଆସନ୍ତାକାଲି ଶୁଣାଣି

ଶାବରିମାଳା : ଶାବରିମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା ନେଇ କରାଯାଇଥିବା ଆବେଦନ ଉପରେ କେବେ ଶୁଣାଣି କରାଯିବ ସେ ସଂକ୍ରାନ୍ତରେ କୋର୍ଟ ଆସନ୍ତାକାଲି ନିଷ୍ପତ୍ତି ନେବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଏସ୍‍.କେ. କଉଲଙ୍କ ଖଣ୍ଡପୀଠ ଓକିଲ ମାଥ୍ୟୁଜ ଜେ. ନେଦୁମପରାଙ୍କ ଆବେଦନ ଉପରେ ବିଚାର କରି ଏହା କହିଛନ୍ତି। ସାମ୍ବିଧାନିକ ଖଣ୍ଡପୀଠଙ୍କ ରାୟର ସମୀକ୍ଷା କରିବା ନେଇ ଶ୍ରୀ ନେଦୁମପରା ଆବେଦନ କରିଥିଲେ। ଏକ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ତାଙ୍କ ରାୟରେ କେରଳର ସାବରିମାଳା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାମାନଙ୍କର ପ୍ରବେଶକୁ ଅନୁମତି ପ୍ରଦାନ କରିଥିଲେ।
ଅନ୍ୟ ପକ୍ଷରେ ସୋମବାର ରାତି ୧୦ଟାରେ ଶାବରିମାଳା ମନ୍ଦିର ବନ୍ଦ ହେବ। ପାଞ୍ଚ ଦିନ ପାଇଁ ମନ୍ଦିର ଖୋଲା ରହିବା ସହିତ ପୂଜାର୍ଚ୍ଚନା କରାଯାଇଥିଲା। ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ ପରେ ଗତ ୧୭ ତାରିଖରେ ମନ୍ଦିର ଖୋଲିଥିଲା। ତେବେ ଏହି ୫ ଦିନ ମଧ୍ୟରେ ୧୦-୫୦ ବର୍ଷ ବୟସର ୧୦ ଜଣ ମହିଳାଙ୍କୁ ପ୍ରଦର୍ଶନକାରୀ ଭକ୍ତମାନେ ମନ୍ଦିରରେ ପ୍ରବେଶ କରାଇ ଦେଇ ନ ଥିଲେ। କିନ୍ତୁ   ଆଜି ଶାନ୍ତିଶୃଙ୍ଖଳାର ସହିତ ମନ୍ଦିରେ ଦର୍ଶନ ଚାଲିଥିବା ଜଣାପଡିଛି।
ଅନ୍ୟପକ୍ଷରେ ସେଠାରେ ଭିଡ ଜମାଇଥିବା ବିଭିନ୍ନ ମିଡିଆ ୟୁନିଟକୁ ଫେରିଯିବା ପାଇଁ ପୁଲିସ କହିଛି। କାରଣ କେତେକ ଟେଲିଭିିଜନ ଚାନେଲ ଉପରେ ଆକ୍ରମଣର ସମ୍ଭାବନା ନେଇ ଗୁଇନ୍ଦା ସୂତ୍ରରୁ ପୁଲିସକୁ ଖବର ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories