www.samajalive.in
Monday, December 15, 2025
26.1 C
Bhubaneswar

ଚେଙ୍ଗଡୁ ଦୂତାବାସ ବନ୍ଦ କରିବାକୁ ଆମେରିକାକୁ ଚୀନର ନିର୍ଦେଶ

ବେଜିଂ: ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆମେରିକା ହଷ୍ଟନ ଏବଂ ଟେକ୍ସାସ ସହରରେ ଥିବା ଚୀନ ଦୂତାବାସ ବନ୍ଦ କରିବାକୁ ଆଦେଶ ଦେବା ପରେ ଚୀନ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରିଛି। ଚେଙ୍ଗଡୁ ସହରରେ ଥିବା ଆମେରିକୀୟ ଦୂତାବାସକୁ ବନ୍ଦ କରିବାକୁ ଚୀନ ଆମେରିକାକୁ ନିର୍ଦେଶ ଦେଇଛି।

ଶୁକ୍ରବାର ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନ୍‌ବିନ୍‌ କହିଛନ୍ତି, ଚେଙ୍ଗଡୁ ସହରରେ ଥିବା ଆମେରିକୀୟ ଦୂତାବାସର ଲାଇସେନ୍ସ ପ୍ରତ୍ୟାହାର କରିନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ, ଚୀନ ଆମେରିକାକୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇ ଦେଇଛି। ଚେଙ୍ଗଡୁରେ ଆମେରିକୀୟ ମହାବାଣିଜ୍ୟ ଦୂତାବାସର ସ୍ଥାପନା ଏବଂ ପରିଚାଳନା ପାଇଁ ଚୀନ ଦେଇଥିବା ସହମତିକୁ ପ୍ରତ୍ୟାହାର କରିନେଇଛି। ହଷ୍ଟନରେ ଚାଇନିଜ୍‌ ଦୂତାବାସ ବନ୍ଦ କରିବାକୁ ଆମେରିକାର ଏକପାଖିଆ ନିଷ୍ପତ୍ତି ପରେ ଏପରି ପଦକ୍ଷେପ ନିଆଯାଇଥିବା ଚୀନ କହିଛି। ଏହା ଆମେରିକା ପାଇଁ ଉପଯୁକ୍ତ ଜବାବ। ୱାଙ୍ଗ ୱେନ୍‌ବିନ୍‌ କହିଛନ୍ତି, ଦୂତାବାସ ବନ୍ଦ କରିବାର ନିଷ୍ପତ୍ତି ଅନ୍ତର୍ଜାତୀୟ ଆଇନ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ସଞ୍ଚାଳିତ କରୁଥିବା ମୂଳ ନିୟମଗୁଡ଼ିକୁ ଉଲ୍ଲଂଘନ କରିବା ସହିତ ଚୀନ-ଆମେରିକାର ସମ୍ପର୍କକୁ ଗମ୍ଭୀର ଭାବେ ଦୁର୍ବଳ କରୁଛି। ଏହା ଚୀନ ଏବଂ ଆମେରିକାର ଲୋକମାନଙ୍କ ମଧ୍ୟରେ ଥିବା ବନ୍ଧୁତ୍ଵର ପୋଲକୁ ଭାଙ୍ଗିବା ସଦୃଶ ବୋଲି ସେ କହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories