www.samajalive.in
Sunday, December 7, 2025
23.1 C
Bhubaneswar

କିଭଳି ବୃଦ୍ଧି କରିବେ ରୋଗ ପ୍ରତିରୋଧକ ଶକ୍ତି? ଆୟୁଷ ମନ୍ତ୍ରାଳୟ ଦ୍ୱାରା ଉପାୟ ଜାରି

କରୋନା ବିଶ୍ୱର ପ୍ରାୟ ସମସ୍ତ ଦେଶରେ ନିଜର କାୟା ବିସ୍ତାର କରି ସାରିଛି। ଏବେ ସୁଦ୍ଧା ପ୍ରାୟ ୬ଲକ୍ଷରୁ ଅଧିକ ଲୋକେ ଏଥିରେ ମୃତ୍ୟୁବରଣ କରିସାରିଛନ୍ତି।ମାତ୍ର ଏହି ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ମାଧ୍ୟମରେ ଲୋକଙ୍କୁ ସଚେନ କରାଯାଉଛି। ଏହାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କିଛି ଟିପ୍ସ ମଧ୍ୟ ଦିଆଯାଉଛି। ଏଥିପାଇଁ ଆୟୁଷ ମନ୍ତ୍ରାଳୟ ମଧ୍ୟ ନିଜ ୱେବସାଇଟରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ୧୧ଟି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହା କରୋନା ଠାରୁ ରକ୍ଷା ପାଇବାରେ ସହାୟକ ହୋଇପାରିବ। ଜାଣନ୍ତୁ…..
– ନିୟମିତ ଉଷୁମ ପାଣି ପିଅନ୍ତୁ। ଆୟୁର୍ବେଦରେ ମଧ୍ୟ ଏହା ବିଷୟରେ ଉଲ୍ଲେଖ ରହିଛି। ଉଷୁମ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ। ବିଭିନ୍ନ ରୋଗରୁ ଏହା ଶରୀରକୁ ଦୂରେଇ ରଖିଥାଏ। ଉଷୁମ ପାଣି ପିଇବା ଦ୍ୱାରା ଏହା ଗଳାରେ କୌଣସି ଜୀବାଣୁ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥାଏ। ଜୀବାଣୁଙ୍କୁ ଦୁର୍ବଳ କରି ଦେଇଥାଏ।
– ଘରେ ହିଁ ନିୟମିତ ଯୋଗାସନ କରନ୍ତୁ। ଅତିକମରେ ୩୦ ମିନିଟ ଯାଏଁ ପ୍ରାଣାୟମ ଓ ଯୋଗ କରନ୍ତୁ। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଅନେକ ରୋଗ ଶରୀର ମଧ୍ୟକୁ ପ୍ରବେଶ କରି ନଥାଏ।
– ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ହଳଦୀ, ଜିରା, ଧନିଆ,ରସୁଣ ଭଳି ମସଲାର ନିଶ୍ଚୟ ବ୍ୟବହାର କରନ୍ତୁ। ମାତ୍ର ସଠିକ ମାତ୍ରାରେ ବ୍ୟବହାର କରିବେ।
– ନିୟମିତ ସକାଳେ ଏକ ଚାମଚ ଚବନପ୍ରାସ ଖାଆନ୍ତୁ। ମଧୁମେହ ରୋଗୀ ସୁଗାର ଫ୍ରି ଚବନପ୍ରାସ ଖାଆନ୍ତୁ।
– କାଢା ପ୍ରସ୍ତୁତ କରି ପିଅନ୍ତୁ। କାଢାରେ ତୁଳସୀ, ଗୋଲମରିଚ, ଡ଼ାଲଚିନି, ଲବଙ୍ଗ , ଗୁଡ଼ ଆଦି ବ୍ୟବହାର କରନ୍ତୁ।
– ଦିନ ମଧ୍ୟରେ ଥରେ କିମ୍ବା ୨ଥର ଖିରରେ ହଳଦୀ ବ୍ୟବହାର କରି ପିଅନ୍ତୁ।
– ନଡ଼ିଆ ତେଲ, ରାଶି ତେଲ , ଘିଅ ନାକର ପୁଡ଼ାରେ ସାମାନ୍ୟ ଲଗାନ୍ତୁ। ଦିନକୁ ଥରେ କିମ୍ବା ୨ ଥର ଏହାକୁ କରନ୍ତୁ।
– ୧ ଚାମଚ ରାଶି କିମ୍ବା ନଡ଼ିଆ ତେଲକୁ ପାଟି ଭିତରେ ରଖି କୁଳୁକୁଳୁ କରି ପକାଇ ଦିଅନ୍ତୁ।ଏହାପରେ ଉଷୁମ ପାଣିରେ କୁଳୁକୁଳୁ କରନ୍ତୁ। ଦିନକୁ ଥରେ କିମ୍ବା ୨ ଥର ଏହାକୁ କରନ୍ତୁ।
– ଜୁଆଣି ଓ ପୁଦିନାପତ୍ରକୁ ଉଷୁମ ପାଣିରେ ପକାଇ ଏହାର ବାଷ୍ପକୁ ଦିନକୁ ଥରେ କିମ୍ବା ୨ ଥର ବ୍ୟବହାର କରନ୍ତୁ।
– ଗଳା କୁଣ୍ଢାଇହେବା ଭଳି ଅନୁଭବ ହେଲେ ଲବଙ୍ଗ ଗୁଣ୍ଡରେ ଅଳ୍ପ ମହୁ ମିଶାଇ ପିଅନ୍ତୁ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories