www.samajalive.in
Saturday, December 6, 2025
16.1 C
Bhubaneswar

ନଈ ମଝିରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ପାଣି; ୨ ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ

ଭୋପାଳ: ମଝି ନଈରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ବନ୍ୟାଜଳ। ଚାହୁଁ ଚାହୁଁ ପାଣିରେ ଫସିଗଲେ ୨ ଯୁବତୀ। ଶେଷରେ ଖବର ପାଇ ପୁଲିସ ପହଞ୍ଚି ସମସ୍ତଙ୍କୁ ବିପଦ ମୁହଁରୁ ଉଦ୍ଧାର କଲା। କରୋନା ଭୂତାଣୁକୁ ନେଇ ଲକ୍‌ଡାଉନ ସମୟରେ କଟକଣା ଲାଗୁ ହୋଇଥିବାବେଳେ କିଛି ଯୁବତୀଙ୍କ ପିକ୍‌ନିକ୍‌ ଏବଂ ସେଲ୍‌ଫି ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲାର ବେଲଖେଡୀ ଗାଁରେ ଏପରି ଘଟଣା ଘଟିଛି।

ସୂଚନା ଅନୁସାରେ, ପ୍ରାୟ ୧୦ରୁ ୧୨ ଜଣ ଯୁବତୀ ପିକ୍‌ନିକ୍‌ ମନାଇବାକୁ ପେଞ୍ଚ୍‌ ନଦୀ କୂଳକୁ ଯାଇଥିଲେ। ଏହି ସମୟରେ ୨ ଯୁବତୀ ଭଲ ସେଲ୍‌ଫି ଉଠାଇବା ଲାଗି ନଦୀର ମଧ୍ୟଭାଗକୁ ଚାଲିଯାଇ ଏକ ପଥର ଉପରେ ବସି ଫଟୋ ନେଉଥିଲେ। ଏହି ସମୟରେ ହଠାତ୍‌ ନଦୀରେ ବନ୍ୟାଜଳ ମାଡ଼ ଆସିଥିଲା। ଜଳସ୍ତର ବଢ଼ିଯିବାରୁ ଯୁବତୀମାନେ ଫସିଯାଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ଯୁବତୀମାନେ ତୁରନ୍ତ ପୁଲିସକୁ ଏ ନେଇ ଖବର ଦେଇଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ପୁଲିସ ପହଞ୍ଚିବା ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ଧରି ଯୁବତୀଦ୍ବୟ ପଥର ଉପରେ ବସିରହିଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories