www.samajalive.in
Monday, December 15, 2025
16.1 C
Bhubaneswar

ଚେନାବ ନଦୀରେ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ

ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ଚୁକ୍ତି ସ୍ଥଗିତ ପରଠାରୁ ପାକିସ୍ତାନକୁ ଭାରତ ପାଣି ଛାଡୁ ନାହିଁ। ପାକିସ୍ତାନକୁ ଜଳ ଯୋଗାଣକୁ ସ୍ଥାୟୀ ଭାବେ ବନ୍ଦ କରିବା ଲାଗି ଭାରତ ଚେନାବ ନଦୀରେ ହାଇଡ୍ରୋଇଲେକ୍‌ଟ୍ରିକ୍ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ବିଦ୍ୟୁତ୍ ପ୍ରକଳ୍ପ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ବନ୍ଦ କରିଦିଆଯାଇଥିଲା। ଏବେ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖାଯିବା ପରେ ଭାରତ ପୁନର୍ବାର ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ସାୱାଲକୋଟ୍ ହାଇଡ୍ରୋଇଲେକ୍‌ଟ୍ରିକ୍ ବିଦ୍ୟୁତ୍ ପ୍ରକଳ୍ପ ନାମରେ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଜୁଲାଇ ମାସରେ ଅନୁମୋଦନ କରିଛି। ଅନୁମୋଦନ ଆଧାରରେ ଜାତୀୟ ହାଇଡ୍ରୋଇଲେକ୍‌ଟ୍ରିକ୍ ପାୱାର କର୍ପୋରେସନ (ଏନ୍‌ଏଚପିସି) ଜୁଲାଇ ୨୯ରେ ପ୍ରକଳ୍ପ ନିମନ୍ତେ ଆନ୍ତର୍ଜାତିକ ନିର୍ମାଣ କମ୍ପାନୀ ଠାରୁ ଟେଣ୍ଡର ଆହ୍ବାନ କରିଛି। ସାୱାଲକୋଟ୍ ହାଇଡ୍ରୋଇଲେକ୍‌ଟ୍ରିକ୍ ବିଦ୍ୟୁତ୍ ପ୍ରକଳ୍ପର କ୍ଷମତା ୧୮୫୬ ମେଗାୱାଟ ରହିବ। ଏହି ପ୍ରକଳ୍ପ ନିମନ୍ତେ ୨୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପ ଦ୍ବାରା ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ପ୍ରବାହକୁ ରୋକାଯିବ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories