www.samajalive.in
Saturday, December 6, 2025
26.1 C
Bhubaneswar

ନିଠାରି ଗଣହତ୍ୟା ମାମଲାରେ କୋଲିର ଦୋଷମୁକ୍ତକୁ ଚାଲେଞ୍ଜ; ସୁପ୍ରିମକୋର୍ଟରେ ୧୪ ଆବେଦନ ଅଗ୍ରାହ୍ୟ

ନୂଆଦିଲ୍ଲୀ: ନିଠାରି ଗଣହତ୍ୟା ମାମଲାରେ ଦୋଷମୁକ୍ତ ହେଇଥିବା ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ଓ ମନୀନ୍ଦ୍ର ସିଂହ ପାନ୍ଧେରଙ୍କ ଦୋଷମୁକ୍ତିକୁ ଚାଲେଞ୍ଜ କରି ଦାୟର ଏକାଧିକ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ୨୦୨୩ରେ ସୁରେନ୍ଦ୍ର କୋଲି ଓ ମନୀନ୍ଦ୍ର ପାନ୍ଧେରଙ୍କୁ ଦୋଷମୁକ୍ତ କରିଥିଲେ। ଦୁଇ ଅଭିଯୁକ୍ତଙ୍କ ଦୋଷମୁକ୍ତକୁ ଚାଲେଞ୍ଜ କରି ତଦନ୍ତକାରୀ ଏଜେନ୍ସି ସିବିଆଇ ଓ ହତ୍ୟାର ଶିକାର ଶିଶୁଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ୧୪ଟି ଆବେଦନ କରାଯାଇଥିଲା।

ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇ ଓ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ବିଚାରପତି ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ହାଇକୋର୍ଟଙ୍କ ରାୟରେ ରହିଥିବା ତ୍ରୁଟିକୁ ଉପସ୍ଥାପନ କରିବାରେ ଆବେଦନକାରୀ ବିଫଳ ହୋଇଛନ୍ତି। ଗଣମାଧ୍ୟମର ଚାପରେ ଆବେଦନକାରୀମାନେ ଏପରି ପିଟିସନ ଦାୟର କରିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରା କୋଲି ଦୋଷମୁକ୍ତ ହେବା ସତ୍ତ୍ବେ ସେ ଜେଲ୍‌ରେ ରହିବେ। ନିଠାରି ଗଣହତ୍ୟା ସମ୍ପର୍କିତ ୧୨ଟି ମାମଲାରେ କୋଲିକୁ ଦୋଷମୁକ୍ତ କରାଯାଇଥିବାବେଳେ ଗୋଟିଏ ମାମଲାରେ ଆଜୀବନ କାରାଦଣ୍ଡାଦେଶ ମିଳିଛି। ସୂଚନାଯୋଗ୍ୟ ୨୦୦୬ରେ ଉତ୍ତରପ୍ରଦେଶ ନଇଡା ସେକ୍ଟର ୩୧ ନିଠାରିସ୍ଥିତ ମନିନ୍ଦ୍ରଙ୍କ ଘର ପଛପାଖ ଡ୍ରେନରୁ ଏକାଧିକ ନରକଙ୍କାଳ ଜବତ କରାଯାଇଥିଲା। ଏହା ସହିତ ୧୯ଟି ନିଖୋଜ ବାଳିକାଙ୍କର ଚିରା ଲୁଗାପଟା ଜବତ କରାଯାଇଥିଲା। ମନୀନ୍ଦ୍ର ପାନ୍ଧେର ଜଣେ ବ୍ୟବସାୟୀ ହୋଇଥିବାବେଳେ କୋଲି ତାଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଥିଲା। ପାନ୍ଧେର ଓ କୋଲି ବାଳିକାମାନଙ୍କୁ ବଳାତ୍କାର କରିବା ପରେ ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉଭୟଙ୍କୁ ୨୦୦୬ ଡିସେମ୍ବରରେ ଗିରଫ କରାଯାଇଥିଲା। ଗାଜିଆବାଦସ୍ଥିତ ସିବିଆଇ ଅଦାଲତ ଉଭୟକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ମାତ୍ର ୨୦୨୩ ଅକ୍ଟୋବର ୧୬ରେ ଆହ୍ଲାବାଦ ହାଇକୋର୍ଟ ଉଭୟଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ। କୋଲିଙ୍କୁ ୧୨ଟି ଓ ମନୀନ୍ଦ୍ରଙ୍କୁ ୨ଟି ମାମଲାରେ ଦୋଷମୁକ୍ତ କରିଥିଲେ। ଦୋଷମୁକ୍ତ ସତ୍ତ୍ବେ ଉଭୟ ଏବେ ଜେଲ୍‌ରେ ଅଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories