www.samajalive.in
Monday, December 15, 2025
26.1 C
Bhubaneswar

୧୨୭ ବର୍ଷ ପରେ ଫେରିଲା ବୁଦ୍ଧଙ୍କ ଦେହାବଶେଷ

ନୂଆଦିଲ୍ଲୀ: ଦୀର୍ଘ ୧୨୭ ବର୍ଷ ପରେ ଗୌତମ ବୁଦ୍ଧଙ୍କ ଦେହାବଶେଷ ଭାରତକୁ ଫେରିଥିବା ଜଣାପଡିଛି। ୧୮୯୮ ମସିହାରେ ଉତ୍ତର ପ୍ରଦେଶର ପିପ୍ରାହ୍ବାରୁ ବୁଦ୍ଧଙ୍କ ଦେହାବଶେଷ ସମେତ ସ୍ବର୍ଣ୍ଣ ନିର୍ମିତ ଅଳଙ୍କାର ଉଦ୍ଧାର କରାଯାଇଥିଲା। ତେବେ ତତ୍କାଳୀନ ବ୍ରିଟିଶ ସରକାର ସେତେବେଳେ ଏହାକୁ ଲଣ୍ଡନ ନେଇଯାଇଥିଲେ। ଏହି ଦେହାବଶେଷ ହଂକଂରେ ନିଲାମ ହେବାକୁ ଯାଉଥିବାବେ​‌େ​‌ଳ ଭାରତ ସରକାର କୂଟନୈତିକ ପ୍ରକ୍ରିୟାରେ ଏଗୁଡିକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ଭାରତର ବିଦେଶ ମନ୍ତ୍ରଣାଳୟ ଏବଂ ହଂକଂସ୍ଥିତ ଭାରତୀୟ ଦୂତାବାସ ଏହି ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ବର୍ତ୍ତମାନ ବୁଦ୍ଧଙ୍କ ଦେହାବଶେଷ ଓ ଅଳଙ୍କାରଗୁଡିକୁ ସର୍ବସାଧାରଣଙ୍କ ଦର୍ଶନାଥେ ନୂଆଦିଲ୍ଲୀସ୍ଥ ଜାତୀୟ ସଂଗ୍ରହାଳୟରେ ରଖାଯାଇଛି। ସୂଚନାଯୋଗ୍ୟ ୧୮୯୮ରେ ବ୍ରିଟିଶ ଇଞ୍ଜିନିୟର ୱିଲିୟମ କ୍ଲାକ୍ସଟନ ଭାରତ-ନେପାଳ ସୀମାନ୍ତବର୍ତ୍ତୀ ପ୍ରିପାହ୍ବାସ୍ଥିତ ବୌଦ୍ଧସ୍ତୂପରେ ଖନନ କରି ଏଗୁଡିକୁ ଉଦ୍ଧାର କରିଥିଲେ। ଏଥିମଧ୍ୟରେ କେତେକ ସାମଗ୍ରୀ ନେପାଳର ଶାକ୍ୟ ବଂଶର ବୋଲି ଜଣାପଡିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories