ଭୁବନେଶ୍ଵର : କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଉ ନାହିଁ। ରାଜ୍ୟ ସରକାର ଏବେ ମଧ୍ୟ ରାଜ୍ୟରେ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ବାରଣ କରିଛନ୍ତି। ମାତ୍ର ଏବେ କୋଭିଡ଼୍ ଗାଇଡ୍ ଲାଇନ୍ ମାନି ମନ୍ଦିର ଖୋଲିବା ପାଇଁ ରାଜ୍ୟରେ ବିଭିନ୍ନ ଧାର୍ମିକ ସ୍ଥଳୀରେ ଦାବୀ ଜୋର ଧରିଛି। ଆଜି ସକାଳ ୯ଟା ସମୟରେ ରାଜ୍ୟର ସମସ୍ତ ମଠ, ମନ୍ଦିର ଗୁଡିକରେ କାର୍ଯ୍ୟରତ ସେବାୟତମାନେ ଘଣ୍ଟଘଣ୍ଟା ବଜାଇ ପ୍ରତିବାଦ ଜଣାଇଛନ୍ତି । ଅନ୍ୟ ରାଜ୍ୟ ଗୁଡିକରେ ସରକାର ମନ୍ଦିର ସବୁ ଖୋଲି ସାରିଥିବା ବେଳେ ଆମ ସରକାର ମଠ ମନ୍ଦିରସବୁ ବନ୍ଦ ରଖିଛନ୍ତି । ଗାଡି ମଟର ଚଳାଚଳଠାରୁ ଆରମ୍ଭ କରି ମଦ ଦୋକାନ ପର୍ଯ୍ୟନ୍ତ ଖୋଲି ଦେଲେ ହେଲେ ଭକ୍ତ ଏବଂ ଭଗବାନ ମଧ୍ୟରେ ଦ୍ୱରତ୍ୱ ଏ ପର୍ଯ୍ୟନ୍ତ କାହିଁକି ରହିଛି ବୋଲି ସେବାୟତମାନେ କହିଛନ୍ତି।
ମନ୍ଦିର ଖୋଲିବା ଦାବିରେ ରାଜ୍ୟବ୍ୟାପୀ ସେବାୟତଙ୍କ ଦାବୀ; ଘଣ୍ଟଘଣ୍ଟା ବଜାଇ କଲେ ପ୍ରତିବାଦ
Popular Categories



