www.samajalive.in
Sunday, December 7, 2025
16.1 C
Bhubaneswar

ବଦଳୁଛି ନିର୍ବାଚନୀ ସମୀକରଣ: ଏକାଠି ତିନି ଗୋଷ୍ଠୀ, ଶକ୍ତି ପ୍ରଦର୍ଶନ କଲା ବିଜେଡି

ତେଲକୋଇ: ତେଲକୋଇ ବ୍ଲକର ଆକୁଳ ପଞ୍ଚାୟତ ଖଜୁରିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ମଙ୍ଗଳବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସନାସେନା ପକ୍ଷରୁ ବିଜେଡିର ନେତୃତ୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସନାସେନାର ତେଲକୋଇ ବ୍ଲକ ମୁଖ୍ୟ କୈଳାସ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିବା ବେଳେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଧନୁର୍ଯ୍ୟୟ ସିଦ୍ଦୁ, ବିଜେଡି ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା (ଲୁଲୁ) ଓ ବିଜେଡି ବ୍ଲକ ସଭାପତି ସନ୍ତୋଷ କୁମାର ବିଶ୍ବାଳଙ୍କ ସମେତ ଦୁଇ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଶାନ୍ତିପ୍ରିୟା ନାୟକ ଏବଂ କେଦାର ଚନ୍ଦ୍ର ପ୍ରଧାନ ମଞ୍ଚରେ ଉପସ୍ଥିତ ରହିଥିଲେ।

ତେଲକୋଇ ବ୍ଲକ ବିଜୁ ଜନତା ଦଳରେ ତିନିଟି ଗୋଷ୍ଠୀ ରହିଥିବା ଓ ବିଜେପି ଏହାର ଫାଇଦା ନେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ସନାସେନା ଗୋଷ୍ଠୀ କନ୍ଦଳକୁ ପ୍ରସମିତ କରି ସବୁ କର୍ମୀଙ୍କୁ ସଂଗଠିତ କରିବାରେ ସମର୍ଥ ହୋଇଛି। ତେବେ ଚଳିତ ନିର୍ବାଚନରେ ଉଭୟ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କୁ ନିର୍ବାଚନ ବୈତରଣୀ ପାର କରିବାକୁ ସଞ୍ଜୀବ (ଲୁଲୁ) ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଦୁ ଗୋଷ୍ଠୀ ଏବଂ ନେତୃତ୍ୱରୁ ଉର୍ଦ୍ଧ୍ବକୁ ଯାଇ ଦଳ ଏବଂ ଚିହ୍ନ ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। କୈଳାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅରକ୍ଷିତ ପ୍ରଧାନ, ବଳରାମ ଦାସ, ଅଇଁଠୁ ପାତ୍ର, ଗଣେଶ୍ବର ଦେହୁରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଜେପି ପ୍ରଚାର ମଇଦାନରେ ଆଗରେ ରହିଥିବା ବେଳେ ସନାସେନାର ଏହି ଗୋଟି ଚାଳନା ତେଲକୋଇ ବ୍ଲକରେ ନିର୍ବାଚନୀ ସମୀକରଣ ପରିବର୍ତ୍ତନ କରିବ ବୋଲି ଅନୁମାନ କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories