ତେଲେଙ୍ଗାନା କଂଗ୍ରେସର ୧୧ ବିଧାୟକ ନିଲମ୍ବିତ, ୨ ବହିଷ୍କୃତ

0

ହାଇଦରାବାଦ : ତେଲେଙ୍ଗାନା ବିଧାନସଭାରେ ବଜେଟ ଅଧିବେଶନ ଚାଲିଥିବାବେଳେ ହଟ୍ଟଗୋଳ ସୃଷ୍ଟି କରିଥିବା କାରଣରୁ ବାଚସ୍ପତି କଂଗ୍ରେସ ଦଳର ୧୧ ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିବାବେଳେ ଦଳର ଅନ୍ୟ ଦୁଇ ବିଧାୟକଙ୍କୁ ବହିଷ୍କାର କରିଛନ୍ତି।

ନିଲମ୍ବିତ ବିଧାୟକଙ୍କ ମଧ୍ୟରେ ତେଲେଙ୍ଗାନା କଂଗ୍ରେସ କମିଟି ସଭାପତି ଉତ୍ତମ କୁମାର ରେଡ୍ଡି ଓ ତଥା ବିରୋଧୀଦଳ ନେତା କେ.ଜନାରେଡ୍ଡି ଥିବାବେଳେ କେ.ଭେଙ୍କଟ ରେଡ୍ଡି ଓ ଏ.ସମ୍ପତ୍‌ କୁମାରଙ୍କୁ ବାଚସ୍ପତି ବହିଷ୍କାର କରିଛନ୍ତି।

ବିଧାନସଭାରେ ରାଜ୍ୟପାଳ ଭାଷଣ ଦେଉଥିବାବେଳେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ ସୃଷ୍ଟି କରିବା ସହ ବଜେଟ ସଂକ୍ରାନ୍ତ କାଗଜପତ୍ର ଚିରି ଫୋପାଡିଥିଲେ। ଏପରିକି ଜଣେ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ମାଇକକୁ ଟାଣିଆଣି ଫୋପାଡିବାରୁ ବିଧାନ ପରିଷଦ ସଦସ୍ୟ ସ୍ୱାମୀ ଗୌଡଙ୍କ ଆଖିରେ ବାଜିଥିଲା। ଗୌଡଙ୍କୁ ତୁରନ୍ତ ସରୋଜିନୀ ଦେବୀ ଚକ୍ଷୁ ହାସପାତାଳରେ ଭର୍ତ୍ତି କରାଯାଇଥିଲା।

Leave A Reply