ବିମାନବନ୍ଦରରେ ପହଞ୍ଚିବା ପରେ ଗିରଫ ହେଲେ ପାଭେଲ ଡ୍ୟୁରୋଭ
ନୂଆଦିଲ୍ଲୀ : ଟେଲିଗ୍ରାମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପାଭେଲ ଡ୍ୟୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି । ପାଭେଲଙ୍କ ଉପରେ ଟେଲିଗ୍ରାମରେ ଅପରାଧିକ ଗତିବିଧିକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ଲାଗିଥିଲା । ଏଭଳି ଗତିବିଧିକୁ ରୋକିବା ପାଇଁ ସେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଅନ୍ୟପଟେ ଟେଲିଗ୍ରାମ ଏହି ଅଭିଯୋଗକୁ ଖଣ୍ଡନ କରି ଏଥିରେ କିଛି ସତ୍ୟତା ନାହିଁ ବୋଲି କହିଥିଲା।
ଟେଲିଗ୍ରାମର କହିବାନୁସାରେ ପାଭେଲ ଡ୍ୟୁରୋଭଙ୍କୁ କିଛି ବି ଲୁଚାଇବା ଆବଶ୍ୟକ ନାହିଁ । ସାରା ବିଶ୍ବରେ ପ୍ରାୟ ଏକ ଅରବରୁ ଅଧିକ ଲୋକ ଟେଲିଗ୍ରାମ ବ୍ୟବହାର କରୁଛନ୍ତି । ଅନ୍ୟପଟେ ଫ୍ରାନ୍ସ ସରକାରଙ୍କ କହିବାନୁସାରେ ଟେଲିଗ୍ରାମରେ ଠକେଇ, ଡ୍ରଗ୍ସ ଚାଲାଣ, ଆତଙ୍କବାଦ ଓ ସାଇବରବୁଲିଂ ଭଳି ଅପରାଧିକ ଗତିବିଧି ଚାଲିଛି ।
କହିରଖୁଛୁ ପାଭେଲ ଡ୍ୟୁରୋଭ ଋଷ୍ ଛାଡିବା ପରେ ଟେଲିଗ୍ରାମ ପ୍ରସ୍ତୁତ କରିଥିଲେ। ପାଭେଲ ୨୦୧୪ରେ ଋଷ୍ ଛାଡିଥିଲେ । ଋଷ୍ ସରକାର ତାଙ୍କୁ ଭିକେ ନାମକ ଏକ ସାମାଜିକ ନେଟଓ୍ବର୍କ ସାଇଟ ବନ୍ଦ କରିବାକୁ କହିଥିଲେ । ଏହା ଋଷରେ ଫେସବୁକ୍ ଭଳି କାମ କରୁଥିଲା । ଋଷରୁ ଆସିବା ପରେ ସେ ନିଜ ଭାଇ ନିକୋଲାଇଙ୍କ ସହ ମିଶି ଟେଲିଗ୍ରାମ ପ୍ରସ୍ତୁତ କରିଥିଲେ । ଏବେ ଟେଲିଗ୍ରାମରେ ୯୫ କୋଟିରୁ ଅଧିକ ଲୋକ ଟେଲିଗ୍ରାମ ବ୍ୟବହାର କରୁଛନ୍ତି ।
Comments are closed.