ହାଇଦରାବାଦ : ହାଇଦରାବାଦ ମହିଳା ପଶୁ ଡାକ୍ତର ହତ୍ୟା ଘଟଣାକୁ ନେଇ ଶୁକ୍ରବାର ତେଲେଙ୍ଗାନା ଗୃହମନ୍ତ୍ରୀ ମେହମ୍ମୁଦ ଅଲୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ଏହି ଘଟଣାକୁ ନେଇ ଦୁଃଖିତ। ପୁଲିସ୍ ଆଲର୍ଟ ଅଛି ଏବଂ ଅପରାଧ ନିୟନ୍ତ୍ରଣ କରୁଛି।” ମାତ୍ର ଏନେଇ ମୋର କହିବା କଥା ଯେ, ମୃତ ମହିଳା ପଶୁ ଡାକ୍ତର ଜଣଙ୍କ ପ୍ରଥମେ ତାଙ୍କ ଭଉଣୀଙ୍କୁ ଫୋନ କରିବା ବରିବର୍ତ୍ତେ ପୁଲିସକୁ ଫୋନ କରିବାର ଥିଲା। ସେ ଯଦି ୧୦୦ନମ୍ବରକୁ କଲ କରିଥାନ୍ତେ ହୁଏତ ଆଜି ବଞ୍ଚି ଯାଇଥାନ୍ତେ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଯୋଗ୍ୟ, ହାଇଦରାବାଦର ଶାଦନଗର ଅଣ୍ଡରପାସ ନିକଟରୁ ଜଣେ ୨୬ ବର୍ଷିୟ ମହିଳା ପଶୁ ଡ଼ାକ୍ତରଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମହିଳା ପଶୁ ଡ଼ାକ୍ତରଙ୍କୁ ବଳାତ୍କାର ପରେ ନିଆଁରେ ପୋଡି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ହତ୍ୟା ପୂର୍ବରୁ ମୃତ ମହିଳା ଜଣଙ୍କ ତାଙ୍କ ଭଉଣୀଙ୍କୁ ଫୋନ କରିଥିଲେ। ଏହାପରେ ତାଙ୍କର ଫୋନ ବନ୍ଦ ହେଇଯାଇଥିଲା ଏବଂ ପରେ ପୁଲିସ ତାଙ୍କର ଜଳନ୍ତା ମୃତଦେହ ଉଦ୍ଧାର କରିଥିଲା। ଏନେଇ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ହାଇଦରାବାଦ ମହିଳା ପଶୁ ଡାକ୍ତର ହତ୍ୟା ଘଟଣା : ପୀଡିତା ପ୍ରଥମେ ପୁଲିସକୁ ଫୋନ କରିବାର ଥିଲା- ତେଲେଙ୍ଗାନା ଗୃହମନ୍ତ୍ରୀ
Popular Categories



