ଭୁବନେଶ୍ବର: ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଡିସେମ୍ବର ୧ ରୁ ମୋ ବସ୍ ଭଡା କମ୍ କରାଯିବ। ମୋ ବସ୍ ପକ୍ଷରୁ ଚାଲୁଥିବା ସମସ୍ତ ଶୀତତାପ ନିୟନ୍ତ୍ରିତ ବସ୍(ଏସି) ର ଭଡା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ କମାଯିବା ନେଇ କ୍ରୁଟ( କ୍ୟାପିଟାଲ ରିଜିନ୍ ଅରବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସୂଚନା ଦିଆଯାଇଛି। ଏସି ବସ୍ ଗୁଡିକର ଭଡା ୩୮ ପ୍ରତିଶତ କମ କରାଯାଇଛି। ଏସି ବସରେ ଯାତ୍ରା ବେଳେ ଯାତ୍ରୀ ମାନଙ୍କୁ ଖୁଚୁରା ପଇସା ପାଇଁ ଆଉ ଚିନ୍ତିତ ହେବାକୁ ପଡିବ ନାହିଁ କାରଣ ଏସି ବସର ଭଡା ସାଧାରଣ ମୋ ବସ୍ ପରି ୫,୧୦,୧୫ ଓ ୨୦ ହିସାବରେ ନିଆଯିବ। ପ୍ରଥମ ୨ କିମି ପାଇଁ ଆଗରୁ ୮ଟଙ୍କା ପରିବର୍ତ୍ତେ ୫ ଟଙ୍କା ନିଆଯିବ ବୋଲି ସୂଚନାମିଳିଛି। ଏସି ବସରେ ପୂର୍ବରୁ ସର୍ବାଧିକ ୧୦୦ ଟଙ୍କା ନିଆଯାଉଥିବା ବେଳେ ବର୍ତ୍ତମାନ ତାହା ୭୦ ଟଙ୍କା ନିଆଯିବ। ଭୁବନେଶ୍ବରରେ ଆଉ ୫୦ଟି ନୂଆ ମୋ ବସ୍ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



