mission shakti banner

ସାମ୍ବାଦିକ ରାଜଦେଓ ହତ୍ୟାମାମଲା; ତେଜପ୍ରତାପ ନିର୍ଦୋଷ ପ୍ରମାଣିତ

BSKY banner  750×100
0

ନୂଆଦିଲ୍ଲୀ : ବିହାରରେ ଜଣେ ସାମ୍ବାଦିକଙ୍କୁ ହତ୍ୟାମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଆରଜେଡି ନେତା ତଥା ବିହାରର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ମହମ୍ମଦ କୈଫ ନାମକ ଜଣେ ଅପରାଧୀଙ୍କ ସହ ତେଜପ୍ରତାପଙ୍କ ଫଟୋକୁ ନେଇ ଗଣମାଧ୍ୟମରେ ଆପତ୍ତି ଉଠିବା ପରେ ସିବିଆଇ ପକ୍ଷରୁ ତେଜପ୍ରତାପଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା। ତେବେ ତେଜପ୍ରତାପଙ୍କ ସଂପୃକ୍ତି ନେଇ ସିବିଆଇ କୌଣସି ପ୍ରମାଣ ଉପସ୍ଥାପନ କରିନପାରିବା ଫଳରେ ସୁପ୍ରିମକୋର୍ଟ ତେଜପ୍ରତାପଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଯଦି ଭବିଷ୍ୟତରେ ତେଜପ୍ରତାପଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ମିଳେ, ତାହାହେଲେ ଅଦାଲତରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ରାଜଦେଓଙ୍କ ପତ୍ନୀ ଆଶା ଦେବୀଙ୍କୁ ଅନୁମତି ପ୍ରଦାନ କରିଛନ୍ତି।
୨୦୧୬ ମେ’ ୧୩ରେ ‘ହିନ୍ଦୁସ୍ତାନ’ ସମ୍ବାଦପତ୍ରର ସାମ୍ବାଦିକ ରାଜଦେଓ ରଞ୍ଜନଙ୍କୁ ହତ୍ୟା କରାଯାଇଥିଲ। ୪୫ ବର୍ଷୀୟ ରାଜଦେଓ ସେତେବେଳେ ହିନ୍ଦୁସ୍ତାନ ସମ୍ବାଦପତ୍ରର ସିୱନ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ। ଜଣେ ନିର୍ଭୀକ ସାମ୍ବାଦିକଭାବେ ତାଙ୍କର ବେଶ ସୁନାମ ଥିଲା। ତେବେ ଆରଜେଡିର ବାହୁବଳୀ ନେତା ତଥା ସିୱନର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଦିନଙ୍କ ବିରୋଧରେ କ୍ରମାଗତ ସମ୍ବାଦ ପ୍ରକାଶ କରିବା ଫଳରେ ରାଜଦେଓ ସେମାନଙ୍କ ଶନି ଦୃଷ୍ଟିକୁ ଆସିଥିଲେ। ଶାହାବୁଦ୍ଦିନଙ୍କ ନିର୍ଦେଶକ୍ରମେ ୨୦୧୬ ମେ’ ୧୩ରେ ସୁପାରି କିଲରଙ୍କ ସହାୟତାରେ ରାଜଦେଓଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

Leave A Reply