ଭାରତୀୟ ବଜାରକୁ ଆସିଲା ଟେକ୍ନୋ କ୍ୟାମନ ଇଟ୍‍ୱିନ

0

କ୍ୟାମଲନ ଆଇକ୍ଲିକ୍‍ ର ବଜାର କ୍ରବେଶ ପରେ ଟେକ୍ନୋ ମୋବାଇଲ ଭାରତରେ ନିଜର ଆଉ ଏକ ସ୍ମାର୍ଟଫୋନ ଟେକ୍ନୋ କ୍ୟାମନ ଇଟ୍‍ୱିନ ଲଞ୍ଚ କରିଛିି। ଟେକ୍ନୋ କ୍ୟାମନ ଇଟ୍‍ୱିନର ବିଶେଷତ୍ୱ ହେଉଛି ଏଥିରେ ଡୁଆଲ ରିୟର କ୍ୟାମେରା ଏବଂ ଫୁଲ ଭ୍ୟୁ ଡିସପ୍ଲେ ଦିଆଯାଇଛି। ଏହି ଫୋନ କେବଳ ଅଫଲାଇନ ଷ୍ଟୋରରେ ଉପଲବ୍ଧ ହେବ।

ଟେକ୍ନୋ କ୍ୟାମନ ଇଟ୍‍ୱିନର ବିଶେଷତ୍ୱ
ଏହି ଫୋନରେ ଡୁଆଲ ସିମ୍‍ ସପୋର୍ଟ ଏବଂ ୬ ଇଞ୍ଚ୍‍ର ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୪୪୦ ଙ୍ଘ ୭୨୦ ପିକ୍ସେଲ୍‍ ଏବଂ ଆସପେକ୍ଟ ରୋଶିୟୋ ୧୮:୯ ରହିଛି। ଏଥିରେ ଆପଣ ୨.୫ଡିର ସୁରକ୍ଷା କାଚ ପାଇପାରିବେ। ଏହା ବ୍ୟତିତ ଏହି ଫୋନରେ ୧.୪ଜିଏଚ୍‍ଜେଡ୍‍ର କ୍ୱାଡକୋ କ୍ୱାଲକମ୍‍ ସ୍ନାପଡ୍ରାଗନ୍‍ ୪୨୫ ପ୍ରୋସେସର, ୩ଜିବି ରାମ ଏବଂ ୩୨ଜିବିର ଷ୍ଟୋରେଜ ରହିଛି, ଯହାକୁ ୧୨୮ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହାର ସୁରକ୍ଷା ପାଇଁ ଫୋନରେ ଟିପଚିହ୍ନ ସେନସର ରହିଛି, ଏହା ସହିତ ଫେସ୍‍ ଅନଲଫର ସୁବିଧା ମଧ୍ୟ ଦିଆଯାଇଛି।

ଟେକ୍ନୋ କ୍ୟାମନ ଇଟ୍‍ୱିନର କ୍ୟାମେରା
ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରେ ଗୋଟିଏ ୧୩ମେଗାପିକ୍ସେଲର ଏବଂ ଆଉଗୋଟିଏ କ୍ୟାମେରା ୨ମେଗାପିକ୍ସେଲର ରହିଛି। ଆଗପଟ କ୍ୟାମେରା ୧୩ମେଗାପିକ୍ସେଲର। ଉଭୟ କ୍ୟାମେରାରେ ଆପଣ ଫ୍ଲାସ ଲାଇଟ ସୁବିଧା ପାଇପାରିବେ। ଆଗପଟ କ୍ୟାମେରାରେ ଫେସ ଅନଲକ୍‍ ଏବଂ ବ୍ୟୁଟି ମୋଡ ରହିଛି। ଫୋନରେ ୪୦୦୦ଏମଏଚର ବ୍ୟାଟେରୀ ରହିଛି ଏବଂ ଆଣ୍ଡ୍ରୋଏଡ ଓରିୟୋ ୮.୦ସହିତ ସଂଯୋଗ ପାଇଁ ୪ଜି ଭୋଲଟି, ୱାଇ-ଫାଇ, ବ୍ଲୁଟୁଥ ୪.୦, ୩.୫ଏମ୍‍ଏମ୍‍ର ହେଡ ଫୋନ ଜ୍ୟାକ, ଡୁଆଲ ସିମ ସୁବିଧା ଏବଂ ମାଇକ୍ରୋ ୟୁଏସବି ପୋର୍ଟ ରହିଛି।

ଟେକ୍ନୋ କ୍ୟାମନ ଇଟ୍‍ୱିନର ମୂଲ୍ୟ
ଏହି ଫୋନର ମୂଲ୍ୟ ୧୧,୪୯୯ଟଙ୍କା ରଖାଯିବା ସହ ୧୦୦ଦିନର ରିପ୍ଲେସମେଣ୍ଟ ଗ୍ୟାରେଣ୍ଟି ଦିଆଯାଇଛି। ଏହାର ସ୍ମ୍ରିନ ଉପରେ ଗୋଟିଏ ଥର ରିପ୍ଲେସମେଣ୍ଟର ସୁବିଧା ରହିଛି। ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ ସୁବିଧା ମଧ୍ୟ ରହିଛି।

Leave A Reply