www.samajalive.in
Monday, December 15, 2025
14.1 C
Bhubaneswar

ବକ୍ସିଂ ଡେ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ଚୂଡାନ୍ତ ଏକାଦଶ ଘୋଷଣା : ରାହୁଲ ଆଉଟ୍, ଡେବ୍ୟୁ କରିବେ ସିରାଜ ଓ ଗିଲ୍‌

ମେଲବୋର୍ଣ୍ଣ :  ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ କ୍ରିକେଟ ଟେଷ୍ଟ ପାଇଁ ଶୁକ୍ରବାର ଟିମ୍ ଇଣ୍ଡିଆ ତାର ଚୂଡାନ୍ତ ଏକାଦଶ ଘୋଷଣା କରିଛି । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଥିବା ଭାରତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ତିଷ୍ଠି ରହିବା ପାଇଁ ଏହି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ୱ ନେବେ।


ମେଲବର୍ଣ୍ଣ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଫ୍ଲେଇଙ୍ଗ ଇଲେଭନ୍‌ରେ ୪ଟି ପରିବର୍ତ୍ତନ କରାଯାଇଛି। ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ୍‌ ଗିଲ୍‌ ଆସନ୍ତାକାଲିର ମ୍ୟାଚ୍‌ରେ ଖେଳିବାକୁ ଯାଉଛନ୍ତି । ଯାହାକି ଶୁଭମନ ଗିଲ୍‌ଙ୍କ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ ହେବ । ଶୁଭମନ୍ ଗିଲ୍‌ଙ୍କୁ ପୃଥୀ ସଙ୍କ ସ୍ଥାନରେ ଟିମ୍‌ରେ ସାମିଲ କରାଯାଇଛି। ବିରାଟ କୋହଲିଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଟିମ୍‌ରେ ସ୍ଥାନ ପାଇଛନ୍ତି ।ସେହିପରି ଓ୍ୱିକେଟ୍‌ ରକ୍ଷକ ରିଦ୍ଧିମନ ଶାହଙ୍କ ସ୍ଥାନରେ ରିଷଭ ପନ୍ଥଙ୍କ ଚୟନ କରାଯାଇଛି ଏବଂ ଆହତ ହୋଇ ସିରିଜ୍‌ରୁ ବାଦ୍‌ ପଡିଥିବା ମହମ୍ମଦ ସାମୀଙ୍କ ବଦଳରେ ମହମ୍ମଦ ସିରାଜ ଦଳରେ ସାମିଲ ହୋଇଛନ୍ତି। ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ୍‌ ଗିଲଙ୍କ ସହ ବୋଲର ମହମ୍ମଦ ସିରାଜଙ୍କ ମଧ୍ୟ ଏହା ଟେଷ୍ଟ ପଦାର୍ପଣ ମ୍ୟାଚ୍।  କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେଏଲ ରାହୁଲ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି। ଭଲ ଫର୍ମରେ ଥାଇ ମଧ୍ୟ ମେଲବର୍ଣ୍ଣ ଟେଷ୍ଟରୁ ତାଙ୍କୁ ଚୟନ କରାଯାଇନାହିଁ ।

- Advertisement -

ଘୋଷିତ ଏକାଦଶ : ଅଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ହନୁମାନ ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ସେପଟେ ବକ୍ସିଂ ଡେ ଟେଷ୍ଟରେ ଅପରିବର୍ତ୍ତିତ ରହିବ ଅଷ୍ଟ୍ରେଲିଆ ଦଳ । ପିଙ୍କ୍ ବଲ ଟେଷ୍ଟ ଖେଳିଥିବା ସମାନ ଚୂଡାନ୍ତ ଏକାଦଶ ଭାରତ ବିପକ୍ଷରେ ମେଲବୋର୍ଣ୍ଣରେ ଦ୍ବିତୀୟ ଟେଷ୍ଟ ଖେଳିବ । ଏନେଇ କୋଚ ଜଷ୍ଟିନ ଲାଙ୍ଗର ସ୍ପଷ୍ଟ କରିଛନ୍ତି । ସୂଚନାଥାଉକି, ଆଡିଲେଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଜିତି ଘେରାଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories