www.samajalive.in
Friday, December 5, 2025
26.1 C
Bhubaneswar

ବୈଜ୍ଞାନିକଙ୍କ ଚେତାବନୀ: କରୋନାର ନୂଆ ଷ୍ଟ୍ରେନ ୫୬% ଅଧିକ ଘାତକ ହୋଇପାରେ, ୨୦୨୧ରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ

ଲଣ୍ଡନ: ବ୍ରିଟେନରେ ବ୍ୟାପୁଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏହି ଷ୍ଟ୍ରେନ ପୁରୁଣା ଭୂତାଣୁଠାରୁ ୫୬% ଅଧିକ ବିପଜ୍ଜନକ ହୋଇପାରେ ଏବଂ ଏହା ଦ୍ବାରା ୨୦୨୧ରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ବୈଜ୍ଞାନିକମାନେ କରିଥିବା ନୂତନ ଗବେଷଣାରୁ ତଥ୍ୟ ପାଇଛନ୍ତି। ବ୍ରିଟେନରେ ତୁରନ୍ତ ଟିକାକରଣ କରାଯିବା ଜରୁରୀ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

Image Source : DD News

ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନରେ ସେଣ୍ଟର ଫର ମ୍ୟାଥମେଟିକାଲ ମଡେଲିଂ ଅଫ ଇନ୍‌ଫେକ୍ସିଅସ ଡିଜିଜ ପକ୍ଷରୁ ପ୍ରକାଶିତ ଗବେଷଣା ରିପୋର୍ଟ ଅନୁସାରେ, ନଭେମ୍ବରରେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଦ୍ରୁତଗତିରେ ବ୍ୟାପିଥିବା ଏହି ଷ୍ଟ୍ରେନ୍‌ କାରଣରୁ ଆଗାମୀ ବର୍ଷ କୋଭିଡ-୧୯ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ମୃତ୍ୟୁ ସଂଖ୍ୟା ଅଧିକ ହେବ।

- Advertisement -

ଗବେଷକମାନେ ଚେତାବନୀ ଦେଇ କହିଛନ୍ତି, ନଭେମ୍ବରରେ ଇଂଲଣ୍ଡରେ ଲାଗୁ ହୋଇଥିବା ଲକଡାଉନର ସୁଫଳ ସେଯାଏ ମିଳିବ ନାହିଁ, ଯେପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ, ମାଧ୍ୟମିକ ସ୍କୁଲ ଏବଂ ବିଶ୍ଵବିଦ୍ୟାଳୟଗୁଡ଼ିକ ବନ୍ଦ କରାଯିବ ନାହିଁ। ପ୍ରତିବନ୍ଧକରେ ଯଦି ସାମାନ୍ୟ କୋହଳ କରାଯିବ, ତେବେ ଏହାଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କ୍ରିସମାସ ଛୁଟିକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିର୍ଦେଶ ଦେଇଛନ୍ତି। ନୂଆ ଷ୍ଟ୍ରେନ ପୁରୁଣା ଷ୍ଟ୍ରେନଠାରୁ ୭୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ। ବର୍ତ୍ତମାନ ସୁଦ୍ଧା ୪୦ଟି ଦେଶ ବ୍ରିଟେ ଉପରେ ଯାତାୟାତ ପ୍ରତିବନ୍ଧକ ଲଗାଇ ସାରିଛନ୍ତି, ୟୁରୋପୀୟ ଦେଶଗୁଡ଼ିକର ସରକାର ନିଜର ପ୍ରତିବନ୍ଧକରେ ସାମାନ୍ୟ କୋହଳ କରିବା ଆରମ୍ଭ କରିଛନ୍ତି।

ଅନ୍ୟପଟେ ବାୟୋଏନଟେକ୍‌ର ସହପ୍ରତିଷ୍ଠାତା କହିଛନ୍ତି, ଆମ ଭ୍ୟାକ୍ସିନ ଏହି ମୁଟେଟେ୍‌ଡ ନୂଆ ଷ୍ଟ୍ରେନ ଉପରେ ବି ପ୍ରଭାବଶାଳୀ ହୋଇପାରେ। ଯଦି ନ ହୁଏ, ତେବେ ଆଗାମୀ ୬ ସପ୍ତାହ ମଧ୍ୟରେ ନୂଆ ଷ୍ଟ୍ରେନ ପାଇଁ ବି ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିଦିଆଯିବ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories