ସମାଜ ନ୍ୟୁଜ ଡେସ୍କ: ମହିଳା ବିଶ୍ବକପ୍ ଫାଇନାଲରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେବେ ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଅଣାଯାଇ ନାହିଁ । ତିନି ତିନି ଥର ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ବିଜୟ ମୁକୁଟ ପିନ୍ଧି ପାରି ନାହିଁ ଭାରତୀୟ ମହିଳା ଦଳ । ତେବେ ଅଧିନାୟକ ହରମନପ୍ରିତ କୌରଙ୍କ ପାଇଁ ଏହା ସବୁଠାରୁ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।
ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରି ସମସ୍ତଙ୍କ ମନ ଜିଣିଥିଲା ଟିମ୍ ଇଣ୍ଡିଆ । ସାତ ଥର ମହିଳା ବିଶ୍ବକପ୍ ଚାମ୍ପିଆନ ଅଷ୍ଟ୍ରେଲିଆର ଏଥର ବିଶ୍ବକପ୍ ଆଶା ଧୂଳିସାତ ହୋଇଯାଇଛି ।

ମହିଳା ବିଶ୍ବକପ୍ ରେ ଅଷ୍ଟ୍ରେଲିଆ 7 ଥର ଜିତିଥିବା ବେଳେ ଇଂଲଣ୍ଡ 4 ଏବଂ ନ୍ୟୁଜିଲାଣ୍ଡ ଥରେ ଚାମ୍ପିଅନ ହୋଇଛି।



