www.samajalive.in
Monday, November 17, 2025
17.1 C
Bhubaneswar

ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଜିତିଲା ଭାରତ, ସିରିଜ ୧-୧ ରେ ବରାବର

ସମାଜ ନ୍ୟୁଜ ଡେସ୍କ- ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-ଟ୍ବେଣ୍ଟି ସିରିଜ୍ ର ତୃତୀୟ ମ୍ୟାଚରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୧୮୭ ରନ୍ ର ବିଜୟ ଲକ୍ଷ୍ୟ ପିଛା କରି ୫ ୱିକେଟରେ ଜିତି ନେଇଛି ଭାରତ ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ସୀମିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୬ ରନ୍ ସ୍କୋର କରିଥିଲା । ଜବାବରେ ଭାରତର ଅଭିଶେକ ଶର୍ମା-୨୫, ତୀଲକ ବର୍ମା ୨୯ ଏବଂ ୱାଶିଂଟନ ସୁନ୍ଦର ଧୂଆଁଦାର ଅପରାଜିତ ୪୯ ରନ୍ ସ୍କୋର କରି ଦଳକୁ ବିଜୟ ଭେଟି ଦେଇଥିଲେ ।

- Advertisement -

ନବାଗତ ୱିକେଟ କିପର ଜିତେଶ ଶର୍ମା ୧୩ ବଲରେ ୨୨ ରନ୍ କରିଥିଲେ ।ଭାରତ ପକ୍ଷରୁ ଅର୍ଶଦୀପ ସିଂଙ୍କୁ ୩ ୱିକେଟ ସଫଳତା ମିଳିଥିବା ବେଳେ ବୁମରାଙ୍କୁ ୨ ୱିକେଟ୍ ମିଳିଥିଲା ।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories