www.samajalive.in
Sunday, December 14, 2025
17.1 C
Bhubaneswar

ଜିମ୍ବାୱେ ବିପକ୍ଷ ଦିନିକିଆ ଶୃଙ୍ଖଳା: ରାହୁଲ ଅଧିନାୟକ, ଧାୱନ ଉପଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଘରୋଇ ଜିମ୍ବାୱେ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଚଳିତ ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ହାରାରେ ସ୍ପୋର୍ଟସ କ୍ଲବରେ ଖେଳିବ। ଏଥିପାଇଁ ବିସିସିଆଇ ପକ୍ଷରୁ କେ.ଏଲ୍‌ ରାହୁଲଙ୍କୁ ଅଧିନ​‌ାୟକ ଓ ଶିଖର ଧାୱନଙ୍କୁ ଉପଅଧିନାୟକ ନିଯୁକ୍ତ କରିଛି। ପୂର୍ବରୁ ଘୋଷିତ ୧୬ ଜଣିଆ ଦଳରେ ଓପନର ଶିଖର ଧାୱନଙ୍କୁ ଅଧିନାୟକ ଓ ରାହୁଲଙ୍କୁ ଉପଅଧିନାୟକ ନିଯୁକ୍ତ କରା ଯାଇଥିଲା। ରାହୁଲ ଆହତ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନେଇ ଆଶଙ୍କା ରହିଥିଲା। ଫଳରେ ତାଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଥିଲା। ହେଲେ ଗୁରୁବାର ରାହୁଲଙ୍କୁ ବିସିସିଆଇର ଡାକ୍ତରୀ ଦଳ ମ୍ୟାଚ୍‌ ଖେଳିବା ପାଇଁ ଫିଟ୍‌ ଘୋଷଣା କରିବା ପରେ ଏବେ ଅଧିନାୟକ ଓ ଉପ ଅଧିନାୟକରେ ପରିବର୍ତ୍ତନ କରାଯାଇଛି। ରାହୁଲଙ୍କୁ ଅଧିନାୟକ ଓ ଧାୱନଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ରାହୁଲ ଜିମ୍ବାୱେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବାକୁ ସମ୍ପୂର୍ଣ୍ଣ ଫିଟ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସେହିପରି ଆହତ ସମସ୍ୟାରୁ ମୁକୁଳିବା ପରେ ମିଡିୟମ ପେସର ଦୀପକ ଚହର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଭାରତୀୟ ଦିନିକିଆ ଦଳ: କେ.ଏଲ୍‌ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପଅଧିନାୟକ), ଋତୁରାଜ ଗାଏକ୍‌ୱାଡ୍‌, ଶୁବମାନ ଗିଲ୍‌, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଷନ (ୱିକେଟରକ୍ଷକ), ସଞ୍ଜୁ ସାମ୍‌ସନ (ୱିକେଟ ରକ୍ଷକ), ୱାଶିଂଟନ ସୁନ୍ଦର, ସାର୍ଦୁଳ ଠାକୁର, କୁଳଦୀପ୍ ଯାଦବ, ଅକ୍ଷର ପଟେଲ, ଆଭେଶ ଖଁା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories