ମୟୁରଭଞ୍ଜର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

0

ବଡ଼ସାହି : ସ୍ଥାନୀୟ କଲେଜରେ ଗୁରୁଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ସୁବାସ ଚନ୍ଦ୍ର ଦାସ ପ୍ରାକ୍ତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିର୍ଷ୍ଣନଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅଧ୍ୟାପକ ହରିହର ଜେନା, କୁମୁଦ ଚନ୍ଦ୍ର ସାହ ଓ କୃପାସିନ୍ଧୁ ମହାକୁଡ଼ ଛାତ୍ରଛାତ୍ରୀଙ୍କୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। ଶେଷରେ ଅଧ୍ୟାପକ ସୁଧୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ ହୋଇଯାଇଛି। ପିଲାମାନେ ଗୁରୁପୂଜା କରି ଗୁରୁ ଶିଷ୍ୟ ପରମ୍ପରାର ମହନୀୟତାକୁ ବଜାୟ ରଖିଛନ୍ତି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଲକ୍ଷ୍ମୀକାନ୍ତ ମହାନ୍ତ ମା’ ବାଗ୍‍ଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ସମସ୍ତଙ୍କ ଶୁଭମନାସିବା ସହ ବନ୍ଦନା କାଳାଂଶକୁ ଆଗେଇ ନେଇଥିଲେ। କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମସ୍ତ ସଦସ୍ୟ, ସଦସ୍ୟା ଓ ଗୁରୁଜୀ, ଗୁରୁମା ମାନେ ଉପସ୍ଥିତ ଥିଲେ। ପିଲାମାନେ ଗୁରୁପୂଜନ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ। ପ୍ରାକ୍ତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିର୍ଷ୍ଣନଙ୍କ ଜନ୍ମ ଦିନକୁ ସ୍ମୃତି ଉଦ୍ଦେଶ୍ୟରେ ସେପ୍ଟେମ୍ବର ୫ତାରିଖରୁ ସାରା ଭାରତ ବର୍ଷରେ ଗୁରୁଦିବସ ଭାବେ ପାଳନ ହୋଇ ଆସୁଥିବାର ଆଚାର୍ଯ୍ୟ ବେଣୁଧର ବେହେରା ବକ୍ତବ୍ୟ ମାଧ୍ୟମରେ କହିିଥିଲେ। କାର୍ଯ୍ୟକ୍ରମରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହିତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ବେଲପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଗୁରୁଦିବସରେ ସର୍ବପଲ୍ଲୀ ରାଧାକ୍ରିର୍ଷ୍ଣଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟା ଶାଶ୍ୱତୀ ଦାସମହାପାତ୍ରଙ୍କ ସମେତ ସମସ୍ତ ଗୁରୁଜୀଗୁରୁମା ମାନେ ଉପସ୍ଥିତ ରହି ଗୁରୁ ଶିଷ୍ୟ ପରମ୍ପରା ସମ୍ପର୍କରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପିଲାଙ୍କ ମଧ୍ୟରେ ରଙ୍ଗୋଲୀ, ବକ୍ତୃତା ଓ ଇଂରାଜୀ ଶୃତଲିଖନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଗୁରୁଜୀ ସୁମନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ, ଗୁରୁମା ଏଥିରେ ସହଯୋଗ କରିଥିଲେ।

Leave A Reply