www.samajalive.in
Saturday, December 13, 2025
23.1 C
Bhubaneswar

ଛାତ୍ରୀ ଅପହରଣ ଅଭିଯୋଗରେ ଧନ୍ଦାମୁଳକ ଶିକ୍ଷକ ଗିରଫ

ପାଟଣା :  ପାଟଣା ଥାନା ଅଞ୍ଚଳର ଜଣେ +୨ ପଢୁଥିବା ୧୭ ବର୍ଷୀୟା ଛାତ୍ରୀଙ୍କୁ ଗତ ଏପ୍ରିଲ ୧୧ରେ ପାଟଣାରୁ ଅପହରଣ କରି ନିଆ ଯାଇଥିଲା । ଏ ନେଇ ପାଟଣା ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୁଲିସ ପକ୍ଷରୁ ଥାନାରେ  ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିବା ବେଳେ ଅପହୃତା ଜଣକ ବାଙ୍ଗାଲୋର ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ପାଟଣା ପୁଲିସ ପକ୍ଷରୁ ଏକ ଟିମ୍ ବାଙ୍ଗାଲୋର ଯାଇ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିଛି। ଅପହରଣକାରୀ ଜଣକ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରକୋଳି ଗ୍ରାମର ଶୁଭେନ୍ଦୁ ପ୍ରଧାନ (୩୫) ବୋଲି ଜଣାପଡିଛି । ଅପହରଣକାରୀ ଜଣକ ପାଟଣା ଥାନା ଅଞ୍ଚଳ ଟାଙ୍ଗରପଡା ଉଚ୍ଚବିଦ୍ୟାଳୟର ଧନ୍ଦାମୁଳକ ଶିକ୍ଷକ ବୋଲି ମଧ୍ୟ ଜଣାପଡିଛି। ଅପହରଣର ମାସକ ପରେ ଅପହୃତାକୁ ଠାବ କରିବାରେ ପାଟଣା ପୁଲିସ ସଫଳ ହୋଇଛି। ଗିରଫ ପରେ ଅପହରଣକାରୀ ଧନ୍ଦାମୂଳକ ଶିକ୍ଷକ ଶ୍ରୀ ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories