nua o banner

ମଦ୍ୟପ ଶିକ୍ଷକଙ୍କୁ ଛେଚିଲେ ଗ୍ରାମବାସୀ

BJD Bijuli 480×75 Mob
0

ମାଲକାନଗିରି: ପୁଣି ଗୁରୁଙ୍କ ଚରିତ୍ରରେ ଲାଗିଛି ଦାଗ । ଜଣେ ମଧ୍ୟପ ଶିକ୍ଷକଙ୍କୁ ଗାମବାସୀ ଉତ୍ତମ ମାଧ୍ୟମ ଦେଇ ମାତାଲ ଅବସ୍ତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିବା ଘଟଣା ଚର୍ଚ୍ଚାର ବିଷୟ ପାଲିଟିଛି । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପେଢାକୋଣ୍ଡା ଉନ୍ନତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ  ଶିକ୍ଷକ ନର୍ସିଂହ ମାଣ୍ଡାଙ୍ଗି ଦୀର୍ଘ ୧୪ ବର୍ଷ ଧରି ଏହି ବିଦ୍ୟାଳୟରେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ତେବେ ସ୍କୁଲ ଆରମ୍ଭରୁ ସଂଧ୍ୟା ଯାଏଁ ମଦ୍ୟପାନ କରି ମାତାଲ ଅବସ୍ଥାରେ ରହନ୍ତି । ମାତାଲ ଅବସ୍ତାରେ ହିଁ ପିଲାଙ୍କୁ ଶିକ୍ଷା ଦାନ କରିବା ସହ ଭୁଲ ଶିକ୍ଷାଦାନ କରନ୍ତି । ମଦ୍ୟପ ଅବସ୍ତାରେ ପିଲାଙ୍କୁ ଅସିଳ ଭାଷାରେ ଗାଳିଗୁଳଜ କରିଥାନ୍ତି । ଗାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ, ସିଆସିସି, ବିଆରସିସି, ଜିଲ୍ଲା ଶିକ୍ଷା ଆଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଉପରେ କୈଣସି ଦୃଢ କାର୍ଯ୍ୟନୁଷ୍ଠା ନିଆ ଯାଇନାହିଁ ।
ଆଜି ସକାଳେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକ ଜଣକ ବିଦ୍ୟାଳୟ ପରିସରରେ ବିଶୃଙ୍କଳା ସୃଷ୍ଟି କରୁଥିବା ଦେଖି ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଏହାକୁ ବିରୋଧ କରିଥିଲେ । ଏହି ସମୟରେ ଶିକ୍ଷକ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଗଣ୍ଡଗଳ ହୋଇଥିଲା । ଗ୍ରାମବାସୀ ଶିକ୍ଷକଙ୍କୁ ଅର୍ଧନଗ୍ନ ଅବସ୍ତାରେ ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ଓ ପରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟକୁ ଆଣିଥିଲେ । ତେବେ ଉକ୍ତ ଶିକ୍ଷକ ଜଣକ ସେ ମଦ ପିଇ ଥିବା ଘଟଣାକୁ ସ୍ୱିକାର କରିଥିଲେ । ତେବେ ସେ ମଦ ପିଇ କୈଣସି ବିଶୃଙ୍କଳା ସୃଷ୍ଟି କରି ନାହାନ୍ତି ବୋଲି କହିଛନ୍ତି । ଆଦିବାସୀ ବହୁଳ ଅଂଚଳରେ କିଛି ଅଶାଧୁ ଶିକ୍ଷକ ଛାତ୍ରୀଙ୍କ ସହ ଦୁଷ୍କର୍ମ, ବିଦ୍ୟାଳୟରେ ମଦ୍ୟପାନ, ମଧ୍ୟାହ୍ନ ଭୋଜନ ହଡପ ଭଳି ବହୁ ଅଭିଯୋଗ ହେଉଥିଲେ ମଧ୍ୟ ଶିକ୍ଷା ବିଭାଗର କୈଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ଏଭୋଳି ପରିସ୍ଥିତି ସୃଷ୍ଠି ହେଉଛି ।

Leave A Reply