www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ୟାଟୁ କରୁଥିଲେ ସାବଧାନ ! ହ୍ରାସ ପାଇପାରେ ରୋଗ ପ୍ରତିରୋଧକ ଶକ୍ତି

ଆଜିକାଲି ଟ୍ୟାଟୁ ଏକ ଫ୍ୟାଶନ ପାଲଟିଛି। ବିଶେଷ କରି ଯୁବପିଢୀ ଏଥିପ୍ରତି ଅଧିକ ଆକୃଷ୍ଟ ହୋଇଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଟ୍ୟାଟୁ ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ?

ଟ୍ୟାଟୁ କରିବା ପାଇଁ ବ୍ୟବହୃତ କାଳିରେ ବିଭିନ୍ନ ରାସାୟନିକ ପଦାର୍ଥ ରହିଛି। ଏହା ଆମ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କୁହାଯାଉଥିବା ଲିମ୍ପ୍ ନୋଡ୍ (ଚର୍ମ ତଳେ ଥିବା ଗ୍ରନ୍ଥି)ର କ୍ଷତି ଘଟାଇପାରେ। ଟ୍ୟାଟୁ କାଳିରେ ଥିବା ରାସାୟନିକ ବିଷାକ୍ତ ଦ୍ରବ୍ୟ କ୍ଷୁଦ୍ରକଣିକା ରୂପରେ ଦେହ ଭିତରକୁ ପ୍ରବେଶ କରି ଲିମ୍ପ୍ ନୋଡ୍ର କ୍ଷତି ଘଟାଇପାରେ ବୋଲି ଗବେଷକମାନେ କହିଛନ୍ତି। ଟ୍ୟାଟୁ ପାଇଁ ବ୍ୟବହୃତ ବିଭିନ୍ନ ରଙ୍ଗର କାଳିରେ ଯେଉଁ ବିଷାକ୍ତ ଦ୍ରବ୍ୟ ରହିଥାଏ ସେ ସମ୍ପର୍କରେ ଆମେ ଖୁବ୍ କମ୍ ଜାଣୁ। ଅଧିକାଂଶ ଟ୍ୟାଟୁ କାଳିରେ ଜୈବିକ ରଙ୍ଗ ରହିଥିଲେ ହେଁ ଏଥିରେ ନିକେଲ୍, କ୍ରୋମିୟମ୍, ମାଙ୍ଗାନିଜ୍ ଏବଂ କୋବାଲ୍ଟ ରହିଥାଏ। କାର୍ବନ କଳା ବ୍ୟତୀତ ଦ୍ୱିତୀୟ ଉପାଦାନଟି ହେଲା ଟାଇଟାନିୟମ ଡାଇଅକ୍ସାଇଡ। ଏହା ଏକ ଧଳା ପିଗ୍ମେଣ୍ଟ। ଏହାକୁ ଅନ୍ୟ ରଙ୍ଗ ସହିତ ମିଶାଇ ନିର୍ଦ୍ଦିଷ୍ଟ ପ୍ରକାର ଛାୟା ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଏ। ଟାଇଟାନିୟମ ଡାଇଅକ୍ସାଇଡକୁ ସାଧାରଣତଃ ଫୁଡ ଆଡିଟିଭ୍, ସନ୍ସ୍କ୍ରିନ୍ ଏବଂ ରଙ୍ଗରେ ବ୍ୟବହାର କରାଯାଏ। ଟ୍ୟାଟୁ ପାଇଁ ବ୍ୟବହୃତ ଟାଇଟାନିୟମ ଡାଇଅକ୍ସାଇଡ୍ ଚର୍ମରେ ଲାଗିଲେ ଚର୍ମ କୁଣ୍ଡାଇହୁଏ ଏବଂ ଫଳିଯାଏ। ଜର୍ମାନୀର ଗବେଷକମାନେ ଏକ୍ସ-ରେ ଫ୍ଲୋରେସେନ୍ସ ମେଜରମେଣ୍ଟ ଦ୍ୱାରା ଚର୍ମତଳେ ଟାଇଟାନିୟମ ଡାଇଅକ୍ସାଇଡ୍ ଠାବ କରିବାକୁ ସମର୍ଥ ହୋଇପାରିଛନ୍ତି। ସେମାନେ ମଣିଷ ଚର୍ମରେ ମାଇକ୍ରୋମିଟର ଆକୃତିର ବହୁ କଣିକା ଦେଖିବାକୁ ପାଇଥିଲେ। କିନ୍ତୁ ଅଳ୍ପ କେତେକ କ୍ଷୁଦ୍ର ଆକୃତିର କଣିକା ଲିମ୍ପ ନୋଡକୁ ପ୍ରବେଶ କରିଥିବା ଜାଣି ପାରିଥିଲେ। ଏହା ଲିମ୍ପ ନୋଡରେ ବୃଦ୍ଧି ପାଇବା ସହିତ ରୋଗ ପ୍ରତିରୋଧ ଶକ୍ତି ହ୍ରାସ କରିଥାଏ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories