www.samajalive.in
Sunday, December 7, 2025
14.1 C
Bhubaneswar

ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ଦୌଡ଼: ପତଞ୍ଜଳିକୁ ପଛରେ ପକାଇଲା ଟାଟା ଏଣ୍ଡ ସନ୍ସ

ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ଦୌଡ଼ରେ ବାବା ରାମଦେବଙ୍କ ପତଞ୍ଜଳିକୁ ପଛରେ ପକାଇଛି ଟାଟା ଏଣ୍ଡ ସନ୍ସ । ଚଳିତ ବର୍ଷ ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ପଦରୁ ଭିଭୋକୁ ବାଦ ଦେବା ପରେ କିଛି କମ୍ପାନୀ ମୁଖ୍ୟ ପ୍ରାୟୋଜକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ବିଦେଶୀ କମ୍ପାନୀ ଆମାଜନ ଓ ବାବା ରାମଦେବଙ୍କ ପତଞ୍ଜଳି ଏଥିପାଇଁ ମୁଖ୍ୟ ଦାବିଦାର ଥିଲେ । କୁହାଯାଉଥିଲା ପତଞ୍ଜଳି ଚଳିତ ବର୍ଷ ଆଇପିଏଲ୍ ପ୍ରାୟୋଜକ ଭାବେ ମନୋନୀତ ହୋଇପାରେ । ମାତ୍ର ଶେଷ ମୂହୂର୍ତ୍ତରେ ଟାଟା ଏଣ୍ଡ ସନ୍ସ ଆଇପିଏଲ୍ ଆୟୋଜନ ନିମନ୍ତେ ଆଗ୍ରହ ପ୍ରକାଶ କରିବା ସହ ଏଥିପାଇଁ ଟେଣ୍ଡର ପକାଇଛି । କୁହାଯାଉଛି ଟାଟା ଏହି ଦୌଡ଼ରେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ଆସନ୍ତା ୧୮ ତାରିଖରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ବିସିସିଆଇର ଏକ ଉଚ୍ଚ ଅଧିକାରୀଙ୍କ ସୂଚନା ଅନୁସାରେ ଟାଟା ଏଣ୍ଡ ସନ୍ସ ପ୍ରାୟୋଜନ ଅଧିକାର ହାସଲ ନିମନ୍ତେ ଟେଣ୍ଡର ପକାଇଛି । ଏକ ବଡ଼ ତଥା ଭାରତର ଲୋକପ୍ରିୟ ବ୍ରାଣ୍ଡ ହୋଇଥିବାରୁ ଏହା ଅନ୍ୟ ୪ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗରେ ରହିଛି । ବିସିସିଆଇ ଚଳିତ ବର୍ଷ ଆଇପିଏଲ୍ ପ୍ରାୟୋଜକ ଅଧିକାର କୌଣସି ଦେଶୀ କମ୍ପାନୀକୁ ଦେବାକୁ ଚାହୁଁଛି । ଏଥିରେ କିଛି ବୁଝାମଣା କରିବାକୁ ହେଲେ ତାହା କରିବାକୁ ମଧ୍ୟ ବିସିସିଆଇ ପ୍ରସ୍ତୁତ । ପ୍ରାୟୋଜକ ହେବାକୁ ଆଗ୍ରହୀ ଥିବା କମ୍ପାନୀ ମଧ୍ୟରେ ଟାଟା ସନ୍ସ, ଶିକ୍ଷା କ୍ଷେତ୍ରରେ ଜଡ଼ିତ ଅନ୍ ଏକାଡ଼େମୀ, ଜିଓ ଓ ପତଞ୍ଜଳୀ ଥିବାବେଳେ ବିଦେଶୀ (ଚୀନ) କମ୍ପାନୀ ବାଇଜୁ ମଧ୍ୟ ଏଥିପାଇଁ ଆବେଦନ କରିଛି । ଚୀନ କମ୍ପାନୀ ହୋଇଥିବାରୁ ବାଇଜୁକୁ ପ୍ରାୟୋଜକ ଅଧିକାର ନ ମିିଳିବା ସମ୍ଭାବନା ବେଶୀ ।

- Advertisement -

 

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories