www.samajalive.in
Saturday, December 6, 2025
15.1 C
Bhubaneswar

ଟାଟା ତିଆରି କରିବ ଆଇଫୋନ୍‌‌

ବେଙ୍ଗାଲୁରୁ: ଭାରତରେ ଆଇଫୋନ୍‌‌ ତିଆରି କରିବ ଟାଟା ଗ୍ରୁପ୍‌‌। ସେଥିପାଇଁ ଏହା କର୍ଣ୍ଣାଟକରେ ଥିବା ୱିଷ୍ଟ୍ରନ୍‌‌ କାରଖାନା ଅଧିଗ୍ରହଣ କରିବା ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଯେ ୱିଷ୍ଟ୍ରନ୍‌‌ କାରଖାନା ଆପଲ୍‌‌ର ଏକ ପ୍ରମୁଖ ଆଇଫୋନ୍‌‌ ଯୋଗାଣକାରୀ ଭାବରେ ପରିଚିତ। ଏକ ସୂତ୍ର ଅନୁଯାୟୀ ଉକ୍ତ କାରଖାନା ଅଧିଗ୍ରହଣ କରିବାକୁ ଟାଟା ଗ୍ରୁପ୍‌‌ ପ୍ରୟାସ ଜାରି ରଖିଛି ଏବଂ ଆଗାମୀ ଅଗଷ୍ଟ ସୁଦ୍ଧା ଏହି ରାଜିନାମା ଚୂଡାନ୍ତ ହୋଇପାରେ। ଏହା ସଫଳ ହେଲେ ପ୍ରଥମ କରି ଭାରତର ଏକ ସ୍ଥାନୀୟ କମ୍ପାନୀ ଆଇଫୋନ୍‌‌ ତଆରି କ୍ଷେତ୍ରକୁ ପ୍ରବେଶ କରିବ। ଏହି କାରଖାନାର ମୂଲ୍ୟାୟନ ୬୦୦ ନିୟୁତ ଡଲାର ହୋଇଛି। ଏଥିପାଇଁ ଟାଟା ଗ୍ରୁପ୍‌‌ ପ୍ରାୟ ଏକବର୍ଷ ହେଲା ଆଲୋଚନା ଚଳାଇଥିବା କୁହାଯାଉଛି। କାରଖାନାରେ ଆଇଫୋନ୍‌‌ ୧୪ ମଡେଲ ତିଆରି କରାଯାଉଛି। ସମ୍ପ୍ରତି ଏହି କାରଖାନ।ରେ ୧୦ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କୁହାଯାଉଛି ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରାୟ ୧.୮ ବିଲିଅନ ଡଲାର ମୂଲ୍ୟର ଆଇଫୋନ୍‌‌ ରପ୍ତାନି କରିବାକୁ ୱିଷ୍ଟ୍ରନ୍‌‌ ଆପଲ୍‌‌କୁ ପ୍ରତିଶ୍ରୁତି ଦେଇଥିଲା। ଏହା ନିଜର କର୍ମଚାରୀ ସଂଖ୍ୟା ଆସନ୍ତା ବର୍ଷ ସୁଦ୍ଧା ତିନିଗୁଣ କରିବା ପ୍ରତିଶ୍ରୁତି ଦେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories