www.samajalive.in
Saturday, December 6, 2025
15.1 C
Bhubaneswar

ଟମାଟୋ ଦରରେ ଲଗାମ ଲଗାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ; ଶୁକ୍ରବାରଠୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ: ଟମାଟୋ ଦର ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକୁ ବଣ୍ଟନ ପାଇଁ ଆନ୍ଧ୍ର, କର୍ଣ୍ଣାଟକ, ମହାରାଷ୍ଟ୍ରରୁ ଟମାଟୋ କିଣିବାକୁ ଜାତୀୟ କୃଷି ସହକାରୀ ବିପଣନ ସଂଘ(ନାଫେଡ) ଓ ଜାତୀୟ ସମବାୟ ଉପଭୋକ୍ତା ସଂଘ(ଏନସିସିଏଫ)କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର। ସରକାରଙ୍କ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଶୁକ୍ରବାରଠାରୁ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କୁ କମ୍‌ ଦରରେ ଖୁଚୁରା ଦୋକାନ ମାଧ୍ୟମରେ ଟମାଟୋ ଦିଆଯିବ।

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଜୁଲାଇ ୧୪ରୁ ଦିଲ୍ଲୀ-ଏନସିଆରରେ ଗ୍ରାହକଙ୍କୁ କମ୍ ମୂଲ୍ୟରେ ଖୁଚୁରା ଦୋକାନୀଙ୍କ ମାଧ୍ୟମରେ ଟମାଟୋ ବିକ୍ରି କରାଯିବ। ଜାତୀୟ କୃଷି ସହକାରୀ ବିପଣନ ସଂଘ (ନାଫେଡ) ଏବଂ ଜାତୀୟ ସମବାୟ ଉପଭୋକ୍ତା ସଂଘ(ଏନସିସିଏଫ)କୁ ଟମାଟୋ କ୍ରୟ ଦାୟିତ୍ବ ଦିଆଯାଇଛି। ମନ୍ତ୍ରଣାଳୟର ସୂଚନାନୁସାରେ, ଗତ ଏକ ମାସ ମଧ୍ୟରେ ଖୁଚୁରା ମୂଲ୍ୟ ଜାତୀୟ ହାରଠାରୁ ଅଧିକ ଥିବା ସ୍ଥାନମାନଙ୍କରେ ଟମାଟୋ ଦର ହ୍ରାସ କରାଯିବ। ପ୍ରବଳ ବର୍ଷା ଯୋଗୁ ଯୋଗାଣ ବ୍ୟାହତ ହେବା କାରଣରୁ ଦେଶର ଅନେକ ସ୍ଥାନରେ ଟମାଟୋର ଖୁଚୁରା ମୂଲ୍ୟ କିଲୋ ପ୍ରତି ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories