www.samajalive.in
Saturday, December 6, 2025
23.1 C
Bhubaneswar

ବାଇଜୁସ୍‌‌ ଆୟବ୍ୟୟ ଖାତାର ଯାଞ୍ଚ ହେବ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଏଡ୍‌‌ଟେକ୍‌‌ କମ୍ପାନୀ ବାଇଜୁସ୍‌‌ର ଆୟ ବ୍ୟୟ ଖାତାର ଯାଞ୍ଚ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏହି ସଂସ୍ଥା ପକ୍ଷରୁ ଆର୍ଥିକ ବିବରଣୀ ଦାଖଲରେ ବିଳମ୍ବ କରାଯାଉଥିବା କାରଣ ଦର୍ଶାଇ ଗତ ଜୁନ୍‌‌ ମାସରେ ଡିଲଏଟ୍‌‌ ହାସ୍‌‌କିନ୍ସ ଆଣ୍ଡ ସେଲ୍‌‌ସ୍‌‌ ବାଇଜୁସ୍‌‌ର ଅଡିଟର ପଦରୁ ଇସ୍ତଫା ଦେଇଥିଲା। ଏଥିସହିତ ପିକ୍‌‌ ଏକ୍ସଭି ପାର୍ଟନର୍ସ (ସିକ୍ୱୋଇଆ କ୍ୟାପିଟାଲ ଇଣ୍ଡିଆ)ର ଜି ଭି ରବିଶଙ୍କର, ପ୍ରୋସସ୍‌‌ର ରସେଲ୍‌‌ ଡ୍ରେନେସଷ୍ଟକ୍‌‌ ଏବଂ ଚାନ୍‌‌ ଜୁକରବର୍ଗର ଭିଭିଆସ୍‌‌ ୱୁ ମଧ୍ୟ ବାଇଜୁସ୍‌‌ ବୋର୍ଡରୁ ଇସ୍ତଫା ଦେଇଥିଲେ। ଏ ସମ୍ପର୍କରେ ଦେଶର କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଥିବା ଏକ ସୂତ୍ରରୁ କୁହାଯାଇଛି। କମ୍ପାନୀର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ବାଇଜୁର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ୍‌‌ ଗତ ସପ୍ତାହରେ ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଡାକିଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories