www.samajalive.in
Monday, December 15, 2025
27.1 C
Bhubaneswar

ଖତ ଖାଉଛି ନବରଙ୍ଗପୁର ଟସର କେନ୍ଦ୍ର

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): କୃଷି ଓ କୃଷକଙ୍କ ବିଷକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବଜେଟ ଉପସ୍ଥାପନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥା କରୁଥିବା ବେଳେ ବିକାଶ କେବଳ କାଗଜ କଲମରେ ସୀମିତ ରହିଥିବା ପରି ମନେହୁଏ। ଟସର ଚାଷ ପାଇଁ ନବରଙ୍ଗପୁର ବିଶେଷ ଖ୍ୟାତି ଅର୍ଜନ କରିଥିବା ବେଳେ ସେଠାକାର ଟସର ଚାଷୀଙ୍କ ବିକାଶ ପାଇଁ କେବଳ ବଡ କୋଠାଟିଏ ନିର୍ମାଣ କରି ଚୁପ ବସିଛନ୍ତି ରାଜ୍ୟ ସରକାର। ପରିସ୍ଥିତି ଏମିତି ଯେ ଗତ ୬ ମାସ ହେବ ଚିକିଲି ଗାଁରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ କରାଯାଇଥିବା ‘ମୌଳିକ ଟସର ବୀଜାଗାର’ରେ କୌଣସି କର୍ମଚାରୀ ନାହାନ୍ତି।

କାହାକୁ ମାଲୁମ ନାହିଁ କଣ ପାଇଁ ଏ କେନ୍ଦ୍ର, କାହା ଉପକାରରେ ଆସିବ? ଏମିତି ବି ଜିଲ୍ଲା ପ୍ରଶାସନ ଏଭଳି ଏକ କେନ୍ଦ୍ର ଥିବା ଜାଣି ନାହାନ୍ତି। ନବରଂଗପୁରର ସମସ୍ତ ୧୦ଟି ବ୍ଲକ ଟସର ଚାଷ ଉପରେ ନିର୍ଭର କରୁଥିବା ବେଳେ, ସରକାର ଓ ପ୍ରଶାସନର ଏ ପ୍ରକାର ଅବହେଳା ଚାଷୀମାନଙ୍କ ମନରେ ଅସନ୍ତୁଷ୍ଟ ସୃଷ୍ଟି କରିଛି।

- Advertisement -

ମିଳିଥିବା ସୂଚନାରୁ ଜଣାପଡିଛି ଯେ ରାଜ୍ୟ ସରକାର ଟସର ଚାଷୀମାନଙ୍କୁ ଗଛ ଲଗାଇବା, ପ୍ରଶିକ୍ଷଣ ଦେବା, ମଞ୍ଜି ସଂଗ୍ରହ କରିବା ଭଳି କାର୍ଯ୍ୟ ପାଇଁ ଏହି କେନ୍ଦ୍ର ନିର୍ମାଣ କରିଥିବା ବେଳେ ଏ ଯାବତ କୌଣସି ବି କାମରେ ଆସୁନି ସେହି କେନ୍ଦ୍ର। ତେବେ କୋଟପାଡ଼ରୁ ନିର୍ବାଚିତ ପଦ୍ମିନୀ ଦିଆନ ବୟନ ଶିଳ୍ପ ମନ୍ତ୍ରୀ ଦାୟିତ୍ୱ ନେବାପରେ ଟସର କେନ୍ଦ୍ରର ଭାଗ୍ୟ ପରିବର୍ତ୍ତନ ହୋଇପାରେ ବୋଲି ସେଠାକାର ଟସର ଚାଷୀମାନେ କହିଛନ୍ତି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories