www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରଶାସନିକ ଅବହେଳା ଯୋଗୁଁ ତରଡିଙ୍ଗ ଗ୍ରାମରେ ଗଣ୍ଡଗୋଳ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତର ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ବିଦ୍ୟାପୀଠର କିଛି ଜାଗାକୁ ହରିଜନ ସାହିର କେତେକ ଲୋକ ଜବରଦଖଲ କରି ଗୁହାଳ ଓ ପାଇଖାନା ତିଆରି କରିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ତହସିଲ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ବିଦ୍ୟାଳୟ ଜାଗାରୁ ବେଆଇନ ଜବରଦଖଲ ଉଛେଦ କରିବା ପାଇଁ ଲିଖିତ ଭାବରେ ଜଣାଇଥିଲେ। ଏହା ପରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଅମିନ, ଆର ଆଇ, ପୁଲିସ ତଥା ଉଭୟପକ୍ଷଙ୍କ ଉପସ୍ଥିତି ରେ ମାପଚୂପ କରାଯାଇଥିଲା।  ମାପଚୁପରେ ବିଦ୍ୟାଳୟ ଜାଗା ଜବରଦଖଲ କରାଯାଇଥିବା ଜଣାପଡିଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାନଯାଇ ତହସିଲଦାରଙ୍କ ପରାମର୍ଶ କ୍ରମେ ଗ୍ରାମବାସୀ ଗତ ୧୭ ତାରିଖରେ ବିଦ୍ୟାଳୟ ଜାଗା ଅବରୋଧ ମୁକ୍ତ କରି ପାଚେରୀ ନିର୍ମାଣ ପ୍ରକ୍ରିୟା ପାଇଁ ଉଦ୍ୟମ କରୁଥିବା ବେଳେ ଉଭୟ ପକ୍ଷରୁ ଗଣ୍ଡଗୋଳ ହୋଇଥିବା ନେଇ ଆଠଗଡ ଥାନାରେ ପୃଥକ ପୃଥକ ଅଭିଯୋଗ ହୋଇଥିଲା। ବିଦ୍ୟାଳୟ ଜମିରୁ ଉଛେଦ ପ୍ରକ୍ରିୟା ଉଦ୍ୟମ ଚାଲିଥିବାବେଳେ ଜବରଦଖଲ ଜାଗାରେ ଥିବା ଘରକୁ ଜବରଦଖଲକାରୀ ନିଜେ ନିଆଁ ଲଗାଇ ପୋଡିଥିବା ବେଳେ ମିଥ୍ୟାରେ ଗ୍ରାମବାସୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିବାରୁ ଗ୍ରାମରେ ଶୁକ୍ରବାର ଆଯୋଜିତ ବୈଠକରେ ତୀବ୍ର ବିରୋଧ କରାଯାଇଛି । ଏହାର ଭିଡିଓ ଚିତ୍ର ସେମାନଙ୍କ ପାଖରେ ରହିଛି ଏବଂ ତାହା ସେମାନେ ପୁଲିସ ଓ ପ୍ରଶାସନକୁ ଦେଖାଇ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ସହ ନ୍ୟାୟ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଘଟଣା ଯୋଗୁଁ ଅଯଥାରେ ଅଶାନ୍ତ ବାତାବରଣ ସୃଷ୍ଟି ସହିତ ଗ୍ରାମବାସୀ ଓ ହରିଜନ ସାହିର କିଛି ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହି ଅବସରରେ ତୁରନ୍ତ ବିଦ୍ୟାଳୟ ଜାଗା ଅବରୋଧ ହଟାଇବା ତଥା ତଦନ୍ତ କରାଯାଇ ଦୋଷୀ ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଥିଲେ। ମିଥ୍ୟା ମୋକଦ୍ଦମାକୁ ପ୍ରତ୍ୟାହାର କରାଯାଇ ବିଦ୍ୟାଳୟର ଅବରୋଧ ହୋଇଥିବା ଜମିକୁ ତୁରନ୍ତ ବିଦ୍ୟାଳୟକୁ ହସ୍ତାନ୍ତର ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ତହସିଲଦାର ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଶୁକ୍ରବାର ଆଯୋଜିତ ଏହା ଗ୍ରାମ୍ୟ କମିଟି ବୈଠକରେ ହରିଜନ ସାହିର ବହୁ ବ୍ୟକ୍ତି ଉପସ୍ଥିତ ରହି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଯୋଗୁଁ ଗ୍ରାମରେ ଭାଇଚାରା କ୍ଷୁର୍ଣ୍ଣ ହେଉଛି ବୋଲି ମତବ୍ୟକ୍ତ କରିବା ସହ ବିଦ୍ୟାଳୟ ଜମି ଜବରଦଖଲ ଉଛେଦ ପ୍ରକ୍ରିୟାରେ ସହାୟତା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories