www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ଆଠଗଡ : ଆଠଗଡ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ୩ୟ ପର୍ଯ୍ୟାୟରେ ୨ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ପଞ୍ଚାୟତଗୁଡିକର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦାନ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସାମଗ୍ରିକ ପ୍ରଗତି ସହିତ ଗରିବ କଲ୍ୟାଣ ଓ ସେମାନଙ୍କର ଆର୍ଥିକ ବିକାଶ ପାଇଁ ସମର୍ପିତ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ୨ ନଂ ଜୋନ ଅଧିନ ଭୋଗରା, ଡାଳଭାଗ, ଖୁଣ୍ଟୁଣୀ, କଣ୍ଡରେଇ, ରାଧାକୃଷ୍ଣପୁର, ରାଧାକିଶୋରପୁର, ଓରନ୍ଦା, କୁଷ୍ପଙ୍ଗୀ, ଗୁରୁଡିଝାଟିଆ, ଗୋବରା, ଛଅଗାଁ ଓ କୁମାରପୁର ଆଦି ୧୨ଟି ପଞ୍ଚାୟତର ୯୬୬ ଜଣ ହିତାଧିକାରୀଙ୍କୁ ପିଏମଏୱାଇ କାର୍ଯ୍ୟାଦେଶ ବଣ୍ଟନ କରିବା ସହିତ ସଠିକ ସମୟରେ ଗୃହନିର୍ମାଣ କାର୍ଯ୍ୟ ଆରମ୍ଭ କରି ନିର୍ଦ୍ଧାରିତ ୪ ମାସ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ଯେଉଁ ଲୋକମାନେ ପିଏମଏୱାଇ ଘର ପାଇବାରୁ ବଞ୍ଚିତ ହେଉଛନ୍ତି, ସେମାନେ ରାଜ୍ୟ  ସରକାରଙ୍କ ନିଜସ୍ବ ନୂତନ ‘ମୋ ଘର’ ଯୋଜନାର ସୁଫଳ ପାଇବା ଲାଗି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନଲାଇନରେ କିପରି ଆବେଦନ କରିବାକୁହେବ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୁଝାଇଥିଲେ। ବୁଧବାର ୧ ନଂ ଜୋନ ୫୮୯ ଓ ଗୁରୁବାର ୩ ନଂ ଜୋନର ୭୮୦ ଜଣଙ୍କୁ ଏବଂ ଆଜି ୩ୟ ତଥା ଶେଷ ପର୍ଯ୍ୟାୟରେ ୯୬୬ ଜଣଙ୍କୁ ମିଶାଇ ଆଠଗଡ ବ୍ଲକର ମୋଟ ୨୩୩୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ବିଡିଓ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ ଓ ରବିନ୍ଦ୍ରନାଥ ରାଉତ, ଜିଲ୍ଲା ପରିଷଦ ସଭ୍ୟା ମୀନତି ଗାଗରାଇଙ୍କ ସମେତ ସମ୍ପୃକ୍ତ ପଞ୍ଚାୟତଗୁଡିକର ନିର୍ବାଚିତ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories