www.samajalive.in
Saturday, December 6, 2025
16.1 C
Bhubaneswar

ଖୁବ୍‍ଶୀଘ୍ର ବର୍ଷର ପ୍ରଥମ ବ୍ଲକ୍‍ବଷ୍ଟର ଫିଲ୍ମ ପାଲଟିବ ‘ତାନାଜୀ’: ଜବରଦସ୍ତ ଆୟ ଜାରି

ମୁମ୍ବଇ: ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର୍‍’ ଚଳିତ ବର୍ଷର ପ୍ରଥମ ବ୍ଲକ୍‍ବଷ୍ଟର ସିନେମା ପାଲଟିବାକୁ ଆଉ ମାତ୍ର କିଛି ପାଦ ଦୂରରେ ଅଛି। ପ୍ରଥମ ଦିନରେ ବକ୍ସ ଅଫିସରେ ୧୫.୧୦ କୋଟି ଟଙ୍କା ଆୟ କରିବା ପରେ ଦ୍ୱିତୀୟ ଦିନରେ ଏହାର ଆୟରେ ଆହୁରି ବୃଦ୍ଧି ପରିଲକ୍ଷିତ ହୋଇଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି।

ତରଣଙ୍କ କହିବାନୁସାରେ, ମୁକ୍ତିଲାଭର ଦ୍ୱିତୀୟ ଦିନ ଅର୍ଥାତ୍‍ ଶନିବାର ଚଳଚ୍ଚିତ୍ର ୨୦.୫୭ କୋଟି ଟଙ୍କା ଆୟ କରିଛି। ତେବେ ଦୁଇ ଦିନରେ ଚଳଚ୍ଚିତ୍ର ମୋଟ୍‍ ୩୫.୬୭ କୋଟି ଟଙ୍କାର ବ୍ୟବସାୟ କରିଛି। ଚଳଚ୍ଚିତ୍ର ଯଦି ଆଗକୁ ଏହିପରି ଆୟ ଜାରି ରଖେ ତେବେ ଖୁବଶୀଘ୍ର ଏହା ଚଳିତ ବର୍ଷର ପ୍ରଥମ ବ୍ଲକ୍‍ବଷ୍ଟର ସିନେମା ପାଲଟିବ।

- Advertisement -

ସୂଚନାଯୋଗ୍ୟ, ‘ତାନାଜୀ’କୁ ୪୫୪୦ ପରଦାରେ ମୁକ୍ତିଲାଭ କରାଯାଇଛି। ଏହା ଅଜୟଙ୍କର ୧୦୦ତମ ଚଳଚ୍ଚିତ୍ର। ଏଥିରେ ତାଙ୍କ ବ୍ୟତୀତ କାଜଲ, ସୈଫ୍‍ ଅଲ୍ଲୀ ଖାନ୍‍ ଓ ଶରଦ କେଲକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories