www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରେମ ପ୍ରତାରଣାରୁ ଆତ୍ମହତ୍ୟା ଘଟଣା,ପ୍ରେମିକା ନାଁରେ ହତ୍ୟା ଅଭିଯୋଗ ଆଣିଲେ ପ୍ରେମିକ ପରିବାର

କଟକ: ପ୍ରେମିକାର ପ୍ରତାରଣ ସହି ନପାରି ପ୍ରେମିକର ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି। ରବିବାର ମୃତ ମନୋଜ ସ୍ବାଇଁଙ୍କ ଭାଇ କଟକ ଜି.ଆର.ପି ଥାନାରେ ମନୋଜଙ୍କ ମୃତ୍ୟୁ ପାଇଁ ଧୋକାବାଜ ପ୍ରେମିକାକୁ ଦାୟୀ ଦର୍ଶାଇ ଅଭିଯୋଗ କରିଛନ୍ତି। ମୃତ ମନୋଜଙ୍କ ଭାଇ ଗଣମାଧ୍ୟମକୁ ସୂଚନା ଦେଇକହିଛନ୍ତି ତାଙ୍କ ଭାଇ ସେ ଝିଅ ସହ ପ୍ରାୟ ତିନି ବର୍ଷ ହେବ ସମ୍ପର୍କରେ ଥିଲେ । ଏହାମଧ୍ୟ ପରିବାର ଲୋକ ଜାଣିଥିଲେ। ପରିବାର ମଧ୍ୟ ବିବାହ ପାଇଁ ସହମତି ଥିଲେ କିନ୍ତୁ କିଛି ଦିନ ହେବ ଝିଅ ଅନ୍ୟ ଜଣେ ପୁଅକୁ ଭଲ ପାଇ ମନୋଜଙ୍କୁ ଧୋକା ଦେଇଥିଲେ। ଏଥିରେ ମନୋଜ ମାନସିକ ରୂପେ ଭାଙ୍ଗିପଡିଥିଲେ ଏବଂ ଆତ୍ମହତ୍ୟା କରିବାର ଚରମ ପଦକ୍ଷେପ ନେଇଥିଲେ ବୋଲି ତାଙ୍କ ଭାଇ କହିଛନ୍ତି।

ସୂଚନାଯୋଗ୍ୟ ଶନିବାର କଟକ ତାଳଦଣ୍ଡା କେନାଲ ମାତୃଭବନ ପାଖ ରେଳ ଧାରଣାରୁ ମନୋଜଙ୍କ ମୃତଦେହ ଉଦ୍ଧାର କରିଥିଲା ଜି.ଆର.ପି ପୁଲିସ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଏବଂ ମୋବାଇଲର ଭିଡିଓକୁ ଦେଖି ପୁଲିସ ଜାଣିବାକୁ ପାଇଲା ଏହା ପ୍ରେମ ଜନିତ ଆତ୍ମହତ୍ୟା । କାରଣ ମୃତକର ମୋବାଇଲରେ ମୃତ୍ୟୁ ପୂର୍ବରୁ ରେକଡିଂ ହୋଇଥିବା ଭିଡିଓରେ ମୃତ୍ୟୁର କାରଣ କଣ ତାହା ସ୍ପଷ୍ଟ ହୋଇଥିବା ବେଳେ ମିଳିଥିବା ସୁଇସାଇଡ ନୋଟରେ ବି ସମାନ କଥା ଲେଖାହୋଇଥିଲା। ମୃତ ଯୁବକ ମନୋଜ ସ୍ବାଇଁଙ୍କ ଘର ନିଆଳି ଅଞ୍ଚଳରେ ବୋଲି ଜଣାପଡିଛି। ମନୋଜ କଟକ ରାଉସପାଟଣା ଅଞ୍ଚଳରେ ଘର ଭଡା ନେଇ ରହୁଥିବା ବେଳେ ଯାଜପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ବୋଲି ଜଣାପଡିଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories