କୋଏମ୍ବାଟୁରରେ ସନ୍ଦିଗ୍ଧ ଆତଙ୍କବାଦୀ ; ୨ ଜଣଙ୍କୁ ଏସଆଇଟି ପକ୍ଷରୁ ଜେରା

କୋଏମ୍ବାଟୁର : ତାମିଲନାଡୁର କୋଏମ୍ବାଟୁରଠାରେ ଏନଆଇଏରଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ.ଆଇ.ଟି) ଦ୍ୱାରା ଦୁଇଜଣଙ୍କୁ ଜେରା କରାଯାଇଛି। ଶ୍ରୀଲଙ୍କାରୁ ଏକ ୬ଜଣିଆ ଆତଙ୍କବାଦୀ ଗୋଷ୍ଠୀ ତାମିଲନାଡୁରେ ପ୍ରବେଶ କରିଥିବା ନେଇ ସନ୍ଦେହ କରାଯିବା ପରେ ଏପରି ଜେରା କରାଯାଇଥିବା ଜଣାଯାଇଛି।

prayash

ପୂର୍ବରୁ କେରଳର କୋଚି ନେଡୁମ୍ବାସରୀ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ଗିରଫ ହୋଇଥିବା ଏହି ଗୋଷ୍ଠୀର ଜଣେ ସଦସ୍ୟଙ୍କ
ସହ ଏମାନଙ୍କର ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ସତର୍କ ସୂଚନା ମିଳିବା ପରେ ବିଭିନ୍ନ ମନ୍ଦିର, ବସ୍‍ଷ୍ଟାଣ୍ଡ,ରେଳଷ୍ଟେସନ, ବିମାନବନ୍ଦରଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଜ୍ୟର ସୀମାନ୍ତ ଅଞ୍ଚଳରେ ବ୍ଲାକ କମାଣ୍ଡୋ ଦଳକୁ ମୁତୟନ କରାଯାଇଛି। ସେହିପରି ତାମିଲନାଡୁର ସୀମାବର୍ତ୍ତୀ ୱାଲାୟାର, ହୋସୁର ଓ ନାଗେରକଏଲ ଠାରେ ଯାନବାହନ ଗୁଡିକୁ କଡାକଡି ଭାବେ ଯାଞ୍ଚ କରାଯାଉଛି।

kalyan agarbati

Comments are closed.