ଟିକେଟ ନମିଳିବାରୁ କୀଟନାଶକ ପିଇ ଦେଇଥିବା ତାମିଲନାଡୁ ସାଂସଦଙ୍କ ହୃଦଘାତରେ ପରଲୋକ

ନୂଆଦିଲ୍ଲୀ: ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଗୁରୁବାର ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି। କିଛି ଦିନ ପୂର୍ବରୁ ସେ  କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ  । ଲୋକସଭା ନିର୍ବାଚନରେ ଟିକେଟ୍ ନ ମିଳିବାରୁ ସେ ରାଗିଯାଇ ମାର୍ଚ୍ଚ ୨୪ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ପରିବାର ସଦସ୍ୟଙ୍କ ଦ୍ବାରା ତୁରନ୍ତ ଏକ ଘରୋଇ ହସ୍ପିଟାଲ୍‌ ନିଆଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।  ଆଜି ସକାଳ ପ୍ରାୟ ୫ଟା ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

 

Comments are closed.