ତାମିଲ ତାରକା ବିଜୟଙ୍କ ୪୦୦ ସୁନା ମୁଦି ଉପହାର
ଚେନ୍ନଇ : ତାମିଲ ଚଳଚ୍ଚିତ୍ର ତାରକା ବିଜୟ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିଜିଲ୍’ ଟିମ୍ର ୪୦୦ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ ସୁନା ମୁଦି ଉପହାର ଦେଇଛନ୍ତି। ଏହି ଉପହାରକୁ ସେ ‘ସ୍ବର୍ଣ୍ଣ ହୃଦୟ’ ଆଖ୍ୟା ଦେଇଥିବା କହିଛନ୍ତି ବିଜୟଙ୍କ ପ୍ରଯୋଜନା ସଂସ୍ଥା ଏଜିଏସ୍ ଏଣ୍ଟରଟେନ୍ମେଣ୍ଟର ଅଧିକାରୀ ଅର୍ଚ୍ଚନା କାଲପତି। ଚଳଚ୍ଚିତ୍ର ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥବା କାରଣରୁ ଏହି ସାମାନ୍ୟ ଉପହାର ଦିଆଯାଇଥିବା ବିଜୟ ଟ୍ବିଟ୍ କରିଛନ୍ତି। ‘ବିଜିଲ’ ଆସନ୍ତା ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଧାର୍ଯ୍ୟ ହୋଇଛି। ନିର୍ଦେଶକ ଅଟଲିଙ୍କ ସହଯୋଗରେ ବିଜୟ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଏଥିରେ ପ୍ରସିଦ୍ଧ ଅଭିନେତ୍ରୀ ନୟନତାରା ଓ ଜ୍ୟାକି ସ୍ରଫ ଅଭିନୟ କରିଛନ୍ତି।
Comments are closed.