www.samajalive.in
Sunday, December 7, 2025
23.1 C
Bhubaneswar

ତମ୍ବା ମୁଦି ପିନ୍ଧିବା ଦ୍ୱାରା ମାନସିକ ଓ ଶାରୀରିକ ଚିନ୍ତା ହୋଇଥାଏ ଦୂର

ଜ୍ୟୋତିଷଶାସ୍ତ୍ର ଅନୁସାରେ ତମ୍ବାକୁ ସୂର୍ୟ୍ୟ ଓ ମଙ୍ଗଳଙ୍କ ଧାତୁ କୁହାଯାଏ । ଏହି ଧାତୁର ବ୍ୟବହାର ଘରେ ପୂଜା-ପାଠ ପାଇଁ ମଧ୍ୟ କର ।ଯାଏ ।

ଅନେକ ଥର ଏଭଳି ହୁଏ ଯେ, ଆମ ଆଖପାଖରେ ଥିବା କିଛି ଲୋକ ତମ୍ବା ମୁଦି ଧାରଣ କରିଥାଆନ୍ତି । ଆମେ ସେମାନଙ୍କୁ ଦେଖି ତମ୍ବା ମୁଦି ଧାରଣ କରିବା ଆରମ୍ଭ କରୁ । କିନ୍ତୁ ଏମିତି କରିବା ଆଦୌଂ ଠିକ୍ ନୁହେଁ । ତମ୍ବା ମୁଦି ପିନ୍ଧିବା ପୂର୍ବରୁ ଜ୍ୟୋତିର୍ବିଦଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ତମ୍ବା ମୁଦି ଧାରଣ କଲେ କି ଲାଭ ମିଳେ ।

- Advertisement -

ଆୟୁର୍ବେଦ ଅନୁସାରେ ତମ୍ବା ମୁଦି ଧାରଣ କରିବା ଦ୍ବାରା ପେଟ ଜନିତ ରୋଗରୁ ମୁକ୍ତି ମିଳେ । ପେଟ କଟା ଓ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।
ତମ୍ବା ମୁଦିକୁ ଅନାମିକା ଅଙ୍ଗୁଳିରେ ଧାରଣ କରିବା ଉଚିତ୍ । ଏହା ଦ୍ବାରା ଜାତକରେ ସୂର୍ୟ୍ୟ ସମ୍ବନ୍ଧିତ ଦୋଷ ଦୂର ହୋଇଥାଏ ।

ତମ୍ବା ମୁଦି ପିନ୍ଧିବା ଦ୍ବାରା ଶରୀରକୁ ତମ୍ବାର ଔଷଧୀୟ ଗୁଣ ମିଳିଥାଏ । ଯାହା ରକ୍ତକୁ ସଫା ରଖିଥାଏ ।

ଯେଉଁଭଳି ତମ୍ବା ପାତ୍ରାରେ ପାଣି ରଖି ପିଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ, ଠିକ୍ ସେହିପରି ତମ୍ବା ମୁଦି ଧାରଣ ଦ୍ବାରା ମଧ୍ୟ ଶରୀରକୁ ଏହାର ସୁଫଳ ମିଳିଥାଏ।

ସୂର୍ୟ୍ୟଙ୍କୁ ସମ୍ମାନ ଓ ଯଶର ପ୍ରତୀକ ବୋଲି କୁହାଯାଏ । ତେଣୁ ତମ୍ବା ମୁଦି ପିନ୍ଧିଥିବା ବ୍ୟକ୍ତିଙ୍କୁ ସମାଜରେ ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତି ହୋଇଥାଏ । ଏହା ସହ ସେହି ବ୍ୟକ୍ତିଙ୍କ କ୍ରୋଧ ମଧ୍ୟ ନିୟନ୍ତ୍ରିତ ରହିଥାଏ ।
ତମ୍ବାର ମୁଦି ପିନ୍ଧିବା ଦ୍ୱାରା ପେଟଜନିତ ରୋଗରୁ ମୁକ୍ତି ମିଳିଥାଏ।
ତମ୍ବାର ମୁଦି ଧାରଣ କରିବା ଦ୍ୱାରା ତାହା ବାରମ୍ବାର ଆମ ଶରୀର ସଂସ୍ପର୍ଶରେ ଆସିଥାଏ। ଏହାଦ୍ୱାରା ଆମ ଶରୀରକୁ ତମ୍ବାର ଔଷଧିୟ ଗୁଣ ମିଳିଥାଏ। ଏହା ଆମ ଶରୀରରେ ରକ୍ତ ସଫା କରିବାରେ ସାହାର୍ୟ୍ୟ କରିଥାଏ।
ତମ୍ବାର ପାତ୍ରରେ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ଠିକ ସେହିପରି ତମ୍ବା ମୁଦି ପିନ୍ଧିବା ଦ୍ୱାରା ମଧ୍ୟ ଆମକୁ ଅନେକ ଲାଭ ମିଳିଥାଏ।
ତମ୍ବା ମୁଦି ପିନ୍ଧିବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଆମ ମୁହଁରେ ଚମକ ମଧ୍ୟ ଆଣିଥାଏ।
ଏହି ମୁଦି ଧାରଣ କରିବା ଦ୍ୱାରା ହୃହରୋଗ ହେବାର ସମ୍ଭାବନ କମ ରହିଥାଏ।
ଏପରି ମୁଦି ପିନ୍ଧିବା ଦ୍ୱାରା ମାନସିକ ଓ ଶାରୀରିକ ଚିନ୍ତା ଦୂର ହୋଇଥାଏ। ଏହାସହ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥାଏ।
ତମ୍ବା ମୁଦି କିମ୍ବା କଡା ଧାରଣ କରିବା ଦ୍ୱାରା ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories