www.samajalive.in
Sunday, December 7, 2025
23.1 C
Bhubaneswar

ତାଲିବାନର ଫତୱା- ଘରୁ ଏକାକି ବାହାରି ପାରିବେନାହିଁ ମହିଳା, ପୁରୁଷ ଦାଢି ବଢାଇବେ

ତଖର: ଆମେରିକା ସରକାର ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେବାପରେ ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଜିଲା ନିଜ ଅକ୍ତିଆରକୁ ନେବା ଆରମ୍ଭ କରିଛନ୍ତି । ଏଥିସହିତ ସେହିସବୁ ଜିଲାରେ ଆରମ୍ଭ ହୋଇଯାଇଛି ତାଲିବାନି ଶାସନ । ଇତିମଧ୍ୟରେ ତାଲିବାନ ପକ୍ଷରୁ ନିଜ ଦଖଲରେ ଥିବା ଜିଲାଗୁଡିକ ପାଇଁ କଡା ଆଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ମହିଳାମାନେ ଘରୁ କୌଣସି ପୁରୁଷ ସଂପର୍କୀୟଙ୍କ ବିନା ଏକାକି ବାହାରକୁ ଆସିପାରିବେ ନାହିଁ । ତାହାସହିତ ପୁରୁଷମାନେ ଦାଢି ବଢାଇବାକୁ ବାଧ୍ୟ । ଗୁରୁବାର ତାଲିବାନ ଆତଙ୍କବାଦୀମାନେ କାପିସା ପ୍ରଦେଶର ତଗବ ଜିଲାକୁ ନିଜ ଦଖଲକୁ ନେଇଥିବା ଜଣାଯାଇଛି ।
ଆଫଗାନିସ୍ତାନର ଉତ୍ତର ପୂର୍ବକୁ ଥିବା ତଖର ପ୍ରଦେଶର କିଛି ସାମାଜିକ କର୍ମୀ କହିଛନ୍ତି ଯେ, ତାଲିବାନ ଆତଙ୍କିମାନେ ପୁରୁଷ ଲୋକଙ୍କୁ ଦାଢି ବଢାଇବାକୁ ଆଦେଶ ଦେଇଛନ୍ତି । ତାହାସହିତ ମହିଳାମାନେ ଘରୁ ଏକାକି ଗୋଡ କାଢିପାରିବେ ନାହିଁ । ଏପରିକି ତାଲିବାନ ଯୁବତୀଙ୍କ ପାଇଁ ଯୌତୁକ ନିୟମ ମଧ୍ୟ ନିର୍ଦ୍ଧାରଣ କରିଛି । ତଖର ପ୍ରାଦେଶିକ ପରିଷଦର ସଦସ୍ୟମାନେ କହିଛନ୍ତି, ତାଲିବାନ କବଜାକୁ ଆସିଥିବା ଅଞ୍ଚଳରେ ଖାଦ୍ୟ ମୂଲ୍ୟ ମାତ୍ରାଧିକ ବୃଦ୍ଧିପାଇଛି । ସେଠାରେ କୌଣସି ପ୍ରକାର ସେବା ମିଳୁନାହିଁ । କ୍ଲିନିକ, ସ୍କୁଲ ଆଦି ବନ୍ଦ ହୋଇଯାଇଚି । ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତଖର ରାଜ୍ୟପାଳ କହିଛନ୍ତ ଯେ, ତାଲିବାନ ଆତଙ୍କିମାନେ ସରକାରୀ କୋଠାଗୁଡିକୁ ନଷ୍ଟ କରିଦେଇଛନ୍ତି ଏବଂ ସମସ୍ତ ପ୍ରକାର ସେବାକୁ ବନ୍ଦ କରିଦିଆଯାଇଛି । ତାଲିବାନ ସବୁକିଛି ଲୁଟ କରିବାରେ ଲାଗିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories