www.samajalive.in
Saturday, December 6, 2025
16.1 C
Bhubaneswar

୩ ଆତଙ୍କୀଙ୍କୁ ମାରିଲା ୧୬ ବର୍ଷର ଝିଅ; ଏକେ-୪୭ରେ ମା’ବାପାଙ୍କ ହତ୍ୟାର ନେଲା ପ୍ରତିଶୋଧ

କାବୁଲ: ଆତଙ୍କବାଦୀଙ୍କ ବିରୋଧରେ ମଲାଲା ୟୁସୁଫଜାଇଙ୍କ ଲଢ଼େଇ ବିଷୟରେ ସାରା ବିଶ୍ଵ ଜାଣିଛି। କିନ୍ତୁ ଆଜିର ସମୟରେ ଆତଙ୍କବାଦୀଙ୍କ ବିରୋଧରେ ଏକ ୧୬ ବର୍ଷୀୟ ଝିଅର ପ୍ରତିଶୋଧ ଚର୍ଚ୍ଚାର ବିଷୟ ପାଲଟିଛି। ଆଫଗାନିସ୍ତାର ଏହି ଝିଅଟି ଏକେ-୪୭ ବନ୍ଧୁକରୁ ଗୁଳି କରି ୩ ଆତଙ୍କୀଙ୍କୁ ମାରିଦେଇଛି ଏବଂ ନିଜ ମା’ବାପାଙ୍କ ହତ୍ୟାର ପ୍ରତିଶୋଧ ନେଇଛି। ତାଲିବାନ ଆତଙ୍କୀଙ୍କ ବିରୋଧରେ ଝିଅଟିର ଲଢ଼େଇ ସାରା ବିଶ୍ଵ ପାଇଁ ଏକ ବଡ଼ ଉଦାହରଣ ପାଲଟି ଯାଇଛି।

ପୁଲିସ ସୂଚନା ଅନୁସାରେ, ଏହି ଝିଅଟିର ନାମ ହେଉଛି କମର ଗୁଲ୍‌। ଗତ ୧୭ ତାରିଖ ରାତି ପ୍ରାୟ ୧ଟାରେ ଆତଙ୍କବାଦୀମାନେ କମରଙ୍କ ଘରେ ପଶି ତାଙ୍କ ମା’ବାପାଙ୍କୁ ଟାଣିନେଇ ନିର୍ମମ ଭାବେ ହତ୍ୟା କରିଥିଲେ। କମରଙ୍କ ବାପା ଗାଁ ମୁଖିଆ ଥିଲେ। ସେ ସରକାରଙ୍କ ସମର୍ଥକ ହୋଇଥିବାରୁ ଆତଙ୍କୀମାନେ ତାଙ୍କୁ ହତ୍ୟା କରିଥିଲେ। ଏପରି କି ଘଟଣା ସମୟରେ ତାଙ୍କ ମା’ ବିରୋଧ କରିବାରୁ ତାଙ୍କୁ ବି ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହା ପରେ କମର୍‌ ଘରୁ ବାହାରି ଆତଙ୍କବାଦୀଙ୍କ ଉପରକୁ ଗୋଟିଏ ଏକେ-୪୭ ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଆତଙ୍କବାଦୀମାନେ ଭୟଭୀତ ହୋଇ ଲୁଚିଯିବା ସହିତ କମରଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ। ପ୍ରାୟ ୧ ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା, ଯେଉଁଥିରେ ୩ ଆତଙ୍କୀ ନିହତ ହେବା ସହିତ ଏକାଧିକ ଆହତ ହୋଇଥିଲେ।

- Advertisement -

ପ୍ରାୟ ୪୦ ଆତଙ୍କବାଦୀ ଆକ୍ରମରେ ସାମିଲ ଥିଲେ। ପରେ ଗାଁ ଲୋକେ ଏକାଠି ହୋଇଯିବାରୁ ଆତଙ୍କବାଦୀମାନେ ଫେରାର ହୋଇଯାଇଥିଲେ। ଏହା ପରେ ସୁରକ୍ଷା କର୍ମୀମାନେ କମର୍‌ ଗୁଲ୍‌ ଏବଂ ତାଙ୍କ ଭାଇଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। କମର୍‌ଙ୍କ ସାହସିକତାକୁ ବେଶ୍‌ ପ୍ରଶଂସା କରାଯାଉଛି। କମର୍‌ ହାତରେ ଧରିଥିବା ଗୋଟିଏ ଏକେ-୪୭ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories