www.samajalive.in
Saturday, December 6, 2025
17.1 C
Bhubaneswar

୨ ଲକ୍ଷ ଆଫଗାନୀ ଶରଣାର୍ଥୀଙ୍କ ପରିଚୟ ପତ୍ର ରଦ୍ଦ କଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନ ରବିବାର ଆଫଗାନିସ୍ତାନ ଶରଣାର୍ଥୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରାୟ ୨ଲକ୍ଷ ଆଫଗାନ ଶରଣାର୍ଥୀଙ୍କ କମ୍ପ୍ୟୁଟରାଇଜ୍‌ଡ ଜାତୀୟ ପରିଚୟ ପତ୍ର (ସିଏନଆଇସି)କୁ ପାକିସ୍ତାନ ରଦ୍ଦ କରିଦେଇଛି। ଗୃହମନ୍ତ୍ରୀ ଶେଖ ରଶିଦ ଅହମ୍ମଦ କହିଛନ୍ତି, ଆମ ନିକଟରେ ୧୫ ଲକ୍ଷ ଶରଣାର୍ଥୀଙ୍କ ତଥ୍ୟ ରହିଛି, ଯେଉଁମାନଙ୍କୁ ଆଇନଗତ ମାନ୍ୟତା ମିଳିଛି। ଏହାବ୍ୟତୀତ ଦେଶରେ ୮ ଲକ୍ଷ ଆଫଗାନିସ୍ତାନ ଶରଣାର୍ଥୀ ବେଆଇନ ଭାବେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ଶରଣାର୍ଥୀଙ୍କ ପରିଚୟ ପତ୍ର ରଦ୍ଦ କରାଯାଇଛି।

ରଶିଦ କହିଛନ୍ତି, ନାଗରିକଙ୍କୁ ଭିଜା ଜାରି କରିବାରେ ହେଉଥିବା ଦୁର୍ନୀତିର ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପାକିସ୍ତାନ ସରକାର ୧୯୨ ଦେଶର ନାଗରିକଙ୍କୁ ଅନଲାଇନ୍‌ ଭିଜା ସୁବିଧା ପ୍ରଦାନ କରୁଛନ୍ତି। ଏଥିରେ ଦୁର୍ନୀତି ଆଶଙ୍କା କମ୍‌ ରହିଛି। ଗୋଟିଏ ଦିନରେ ଅନ୍‌ଲାଇନ ଭିଜା ପାଇଁ ୨ ଲକ୍ଷରୁ ଅଧିକ ଆବେଦନ ହେଉଛି ବୋଲି ସେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories