www.samajalive.in
Saturday, December 6, 2025
26.1 C
Bhubaneswar

ସରକାରଙ୍କୁ ‘ସେରମ’ ୨୦୦ ଟଙ୍କାରେ ଯୋଗାଇବ ଟୀକା; ଖୋଲା ବଜାରରେ ୫ ଗୁଣ ଅଧିକ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଟୀକାକୁ ଅନୁମୋଦନ ମିଳିଛି । ତେବେ ଏହାର ମୂଲ୍ୟ ଓ ଉପଲବ୍ଧତାକୁ ନେଇ ଲୋକଙ୍କ ମଧ୍ୟରେ ଏବେ ବି ସଂଶୟ ରହିଛି । ଏହି ଟୀକା ସରକାର ମାଗଣା ଦେବେ ବୋଲି ଘୋଷଣା କରିଛନ୍ତି । ଭୋଟ କେନ୍ଦ୍ରରେ ଆଧାର ଭିତ୍ତିରେ ଏହ ଟୀକା ଦିଆଯିବ ବୋଲି କୁହାଯାଇଛି । ଏଥିପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି । ତେବେ ଯେଉଁମାନେ ଭୋଟ କେନ୍ଦ୍ରରେ ଯାଇ ଟୀକା ନେବେ ନାହିଁ ଓ ଅନ୍ୟତ୍ର ନିଜ ସୁବିଧା ଅନୁସାରେ ଟୀକା ନେବେ ସେମାନଙ୍କ ପାଇଁ ମଧ୍ୟ ବଜାରକୁ ଟୀକା ଯୋଗାଣ ହେବ । ତେବେ ଏଥିପାଇଁ ଅଧିକ ଅର୍ଥ ଦେବାକୁ ପଡ଼ିବ ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ସୂଚନା ଅନୁସାରେ ତାଙ୍କ ସଂସ୍ଥା କରୋନା ଭୂତାଣୁ ଟୀକା କୋଭିସିଲ୍ଡ଼କୁ ସରକାରଙ୍କୁ ପ୍ରତି ଡ଼ୋଜ ୨୦୦ ଟଙ୍କା ମୂଲ୍ୟରେ ଯୋଗାଇବ । ମାତ୍ର ବଜାରରେ ସାଧାରଣ ଲୋକଙ୍କ ପାଇଁ ଏହି ଟୀକାକୁ ୧୦୦୦ ଟଙ୍କାରେ ଦିଆଯିବ ।

- Advertisement -

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ରବିବାର ଦିନ କୋଭିସିଲ୍ଡ଼ କରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହାପରେ ଦେଶରେ କରୋନା ଟିକା କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସରକାର ମଧ୍ୟ ପ୍ରସ୍ତୁତି ଶେଷ କରିସାରିଛନ୍ତି। ଶନିବାର ଦିନ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ଟୀକାର ‘ଡ଼୍ରାଏ ରନ’ (ପରୀକ୍ଷାମୂଳକ ପ୍ରସ୍ତୁତି)  କରାଯାଇଥିଲା।

ସେରମ ଇନଷ୍ଟିଚ୍ୟୁଟ୍ ସୂଚନା ଅନୁସାରେ କୋଭିସିଲ୍ଡ଼ ପି-ଫାଇଜର ଟୀକା ଅପେକ୍ଷା ତୁଳନାତ୍ମକ ଭାବରେ ଶସ୍ତା ଓ ଏହାର ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସରଳ । ୨୦୨୧ ମଧ୍ୟଭାଗ ସୁଦ୍ଧା ଭାରତରେ ୩୦ କୋଟି ଲୋକଙ୍କୁ ଟୀକା ପ୍ରଦାନ ଲକ୍ଷ୍ୟ ରଖାଯାଇଛି । ଏହି କ୍ରମରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରାୟ ୫ କୋଟି ଟୀକା ପ୍ରସ୍ତୁତ କରି ରଖିଛି ଏବଂ ଏଥିପାଇଁ କେବଳ ସରକାରଙ୍କ ସହ ଚୁକ୍ତିକୁ ଅପେକ୍ଷା କରାଯାଇଛି । ଚୁକ୍ତି ହେବାର ସପ୍ତାହକ ମଧ୍ୟରେ ଟୀକା ଉପଲବ୍ଧ ହେବ । ଏହା ସହ ସରକାର ଅନୁମତି ଦେଲେ ଏହି ଟୀକା ମଧ୍ୟ ବିଦେଶକୁ ରପ୍ତାନୀ କରାଯାଇ ପାରିବ ବୋଲି ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories