www.samajalive.in
Friday, December 12, 2025
14.1 C
Bhubaneswar

ପାକିସ୍ତାନରେ ପଶିଲେ ତାଲିବାନ ; ଇସଲାମାବାଦରେ ଉଡ଼ାଇଲେ ସଂଗଠନ ପତାକା

ଇସଲାମାବାଦ : ଆଫଗାନିସ୍ତାନରେ କ୍ଷମତା ଦଖଲ ପାଇଁ ତାଲିବାନକୁ ପାକିସ୍ତାନ ସମ୍ପୂର୍ଣ୍ଣ ସହଯୋଗ କରିଆସିଛି। ପାକିସ୍ତାନ ସାମରିକ ଓ ଆର୍ଥିକ ସହଯୋଗ ପୂର୍ବକ ତାଲିବାନକୁ କ୍ଷମତାକୁ ଫେରାଇ ଆଣିଥିବାବେଳେ ଏହି ସଂଗଠନ ଏବେ ‘ଭଷ୍ମାସୁର’ ହେବାକୁ ଯାଉଛି। କାରଣ ତାଲିବାନମାନେ ଏବେ ଖୋଲାଖୋଲି ସେମାନଙ୍କ ସଂଗଠନର ପତାକାକୁ ପାକିସ୍ତାନରେ ଉଡାଇଛନ୍ତି। ଏପରି କି ରାଜଧାନୀ ଇସଲାମାବାଦସ୍ଥିତ ଜାମିଆ ହାଫସା ମଦ୍ରାସା ଉପରେ ତାଲିବାନମାନେ ସେମାନଙ୍କ ପତାକା ଉଡାଇଛନ୍ତି। ତାଲିବାନର କ୍ଷମତା ଦଖଲକୁ ପାକିସ୍ତାନ ଅନେକ ​‌େ​‌ମୗଲବୀ ସମର୍ଥନ କରିଛନ୍ତି। ଫଳରେ ଆଗକୁ ପାକିସ୍ତାନରେ ତାଲିବାନର ପ୍ରଭାବ ବେଶ୍ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଆଫଗାନିସ୍ତାନରେ ଏହା ପୂର୍ବରୁ ଥିବା ସରକାରଙ୍କ ପ୍ରତି ପାକିସ୍ତାନର କୌଣସି ରାଜନୈତିକ ସମର୍ଥନ ନଥିଲା ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ କୁରେସି କହିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ସମର୍ଥନ ମିଳିଥିବାରୁ ତାଲିବାନ ଶାସନକୁ ଆସିପାରିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories