ଯାଜପୁର ସଦର : ଯାଜପୁର ବ୍ଲକ ନାଥସାହି ପଞ୍ଚାୟତ ନାଥସାହି ଗ୍ରାମର ଚକ୍ରଧର ପାତ୍ରଙ୍କ ପୁଅ ରାକେଶ କୁମାର ପାତ୍ର କ୍ଷୁଦ୍ର ମୂର୍ତ୍ତିରେ ଏକ୍ସକ୍ଲୁସିଭ ୱାଲର୍ଡ଼ ରେକର୍ଡ଼ (ସ୍ବତନ୍ତ୍ର ବିଶ୍ବକୀର୍ତ୍ତି) ହାସଲ କରିଛନ୍ତି। ଏତେ ଛୋଟ ମୂର୍ତ୍ତି ଯେ ଯାହାକୁ ଖାଲି ଆଖିରେ ପ୍ରସ୍ତୁତ କରି ତାକୁ ରୂପ ଦେବା ସମ୍ଭବ ନୁହେଁ। ଏପରି ମହମରେ ୩.୫ ସେମି ଉଚ୍ଚତାର ମୂର୍ତ୍ତି ନିର୍ମାଣ କରି ଏକ୍ସକ୍ଲୁସିଭ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ରାକେଶ ପିଲାବେଳୁ ମାଟିରେ ଭଳିକି ଭଳି ମୂର୍ତ୍ତି ଗଢ଼ିବା, କାନ୍ଥରେ ଚିତ୍ର ଆଙ୍କିବା, ବାଲିରେ କଳାକୃତ୍ତି କରିବା ତାଙ୍କର ନିଶା ଥିଲା। ଏବେ ସବୁଠାରୁ କ୍ଷୁଦ୍ର ମୂର୍ତ୍ତି ମହମରେ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଲୋକେ କିଛିନା କିଛି ବଡ଼ କରି ବିଶ୍ୱ ରେକର୍ଡ଼ରେ ସ୍ଥାନ ପାଉଥିବା ବେଳେ ରାକେଶ ସବୁଠାରୁ ଛୋଟ ତିଆରି କରିବାକୁ ମନ କରିଥିଲେ। ସେ ମହମରେ ବୁଦ୍ଧଙ୍କ ଚିତ୍ର ଆଙ୍କିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି। ଯାହାକୁ ସେ ପ୍ରତିଯୋଗିତାରେ ସାମିଲ କରି ଚଳିତ ମାସରେ ଏକ୍ସକ୍ଲୁସିଭ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଏହି କଳାକୁ ଆହୁରି ବ୍ୟାପକ କରିବାକୁ ଭଦ୍ରକ କଲେଜ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟରେ ତୃତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି। ଆଗକୁ ଆହୁରି କିଛି ନୂଆ କରିବାକୁ ଆଶା ରଖିଥିବା ରାକେଶକୁ ସରକାରୀ ସହଯୋଗ ମିଳିପାରିଲେ ସେ ଅନେକ ଭିନ୍ନ ରେକର୍ଡ଼ କରିପାରିବେ ବୋଲି କହିଛନ୍ତି।
Popular Categories



