www.samajalive.in
Thursday, December 11, 2025
13.1 C
Bhubaneswar

ଫୁଟବଲ ଅଲିମ୍ପିଆନ ହକିମ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ଅଲିମ୍ପିଆନ ସୟଦ ସାହିଦ୍‌ ହକିମ୍‌ଙ୍କ କର୍ଣ୍ଣାଟକର ଗୁଲବର୍ଗାସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ହକିମ୍‌ ହୃଦଘାତର ଯୋଗୁଁ ଚିକିତ୍ସିତ ହେଉଥିଲେ। ରବିବାର ସକାଳ ୮ଟା୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ପତ୍ନୀ ସାଦିଆ ସୟଦା ସୂଚନା ଦେଇଛନ୍ତି।
ସ୍ବର୍ଗତ ହକିମ ଫୁଟବଲ ଖେଳାଳି ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍‌ସରେ ଭାରତୀୟ ଫୁଟବଲ ଦଳ ପକ୍ଷରୁ ପ୍ରତିିନିଧିତ୍ବ କରିଥିଲେ। ଫୁଟବଲ ଖେଳ ଛାଡ଼ିବା ପରେ ପ୍ରଶିକ୍ଷଣକୁ ଆପଣାଇଥିଲେ। ୫ ଦଶନ୍ଧି ଧରି ଭାରତୀୟ ଫୁଟବଲ ସହିତ ଜଡ଼ିତ ଥିଲେ। ସ୍ବର୍ଗତ ହକିମ୍‌ ୧୯୮୨ ଏସୀୟ କ୍ରୀଡ଼ାରେ ସ୍ବର୍ଗତ ପି.କେ. ବାନାର୍ଜୀଙ୍କ ସହ ଭାରତୀୟ ଦଳର ସହ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଘରୋଇ ଫୁଟବଲରେ ମଧ୍ୟ ସ୍ବର୍ଗତ ହକିମ୍‌ଙ୍କ ବହୁତ ଖ୍ୟାତିି ରହିଥିଲା। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଦଳର ପ୍ରଶିକ୍ଷକ ଭାବେ ଦୀର୍ଘ ବର୍ଷ ଦାୟିତ୍ବ ତୁଲାଇଥିଲେ। ଏହାଛଡ଼ା ସାଲଗାଓକର, ହିନ୍ଦୁସ୍ତାନ ଏଫ୍‌ସି ଓ ମୁମ୍ବଇ ଏଫ୍‌ସିର ମଧ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ହକିମ୍‌ ସର୍ଭିସେସ ପକ୍ଷରୁ ସନ୍ତୋଷ ଟ୍ରଫି ୧୯୬୦ରୁ ୧୯୬୬ ପର୍ଯ୍ୟନ୍ତ ଖେଳିଥିଲେ। ସେ ଭାରତୀୟ ବାୟୁସେନା ପକ୍ଷରୁ ମଧ୍ୟ ଖେଳିଥିଲେ। ୧୯୫୦ରୁ ୧୯୬୦ ପର୍ଯ୍ୟନ୍ତ ଭାରତୀୟ ଫୁଟବଲ ହାସଲ କରିଥିବା ସଫଳତାରେ ହକିମ୍‌ଙ୍କ ବଡ ଅବଦାନ ଥିଲା। ଚୁନି ଗୋସ୍ବାମୀ, ରାମ୍‌ ବାହାଦୂର, ପ୍ରସନ୍ନା ସିହ୍ନା ଓ ଫ୍ରାନ୍‌କୋଙ୍କ ସହ ହକିମ୍ ଏକା ସମୟରେ ଭାରତୀୟ ଫୁଟବଲ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଫିଫା ୧୭ ବର୍ଷରୁ କମ୍‌ ବିଶ୍ବକପ ଫୁଟବଲରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ହକିମଙ୍କୁ ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ଫୁଟବଲ ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ଓ ଜୀବନବ୍ୟାପୀ ଅବଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ପାଇଥିଲେ। ହକିମ୍‌ଙ୍କ ପରଲୋକରେ ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତି ପ୍ରଫୁଲ୍ଲ ପଟେଲ, ସାଧାରଣ ସମ୍ପାଦକ କୁଶଳ ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଫାଓର ଶୋକ
ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ତଥା ପ୍ରଶିକ୍ଷକ ଅଲିମ୍ପିଆନ ସୟଦ ସାହିଦ୍‌ ହକିମ୍‌ଙ୍କ ପରଲୋକରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ହକିମ୍‌ଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ହକିମ୍‌ ଜଣେ କିମ୍ବଦନ୍ତୀ ଫୁଟବଲ ଖେଳାଳି ସମେତ ଫିଫା ରେଫରୀ ମଧ୍ୟ ଥିଲେ। ​‌େ​‌ସ ୩୩ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସହିତ ୧୯୬୦ ରୋମ ଅଲିମ୍ପିକ୍‌ସ ଓ ଏଏଫସି ଏସିଆନ କପ୍‌ରେ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି। ହକିମଙ୍କ ଦେହାନ୍ତ ଭାରତୀୟ ଫୁଟବଲ ପାଇଁ ଅପୂରଣୀୟ କ୍ଷତି ବୋଲି ଶ୍ରୀ ବେହେରା କହିିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories